କନକ ବ୍ୟୁରୋ:  କଟକ ଶିଶୁ ଭବନ । ପ୍ରତ୍ୟେକ ଦିନ ଏଠାକୁ ଆସିଥାନ୍ତି ଶହ ଶହ ରୋଗୀ । ତେବେ ଏଠାରେ ରୋଗୀଙ୍କ ସଂପର୍କୀୟଙ୍କ ଅବସ୍ଥା କଥା ନ କହିବା ଭଲ । ରହିବା ପାଇଁ ଜାଗା କଥା ଛାଡ଼ନ୍ତୁ, ଖାଇବା ପାଇଁ ସ୍ଥାନ ଟିକେ ବି ମିଳୁନି । 

Advertisment

କଟକ ଶିଶୁ ଭବନକୁ ଆସୁଥିବା ରୋଗୀଙ୍କ ସଂପର୍କୀୟମାନଙ୍କ ଏପରି ଅବସ୍ଥା । ମାଛି ଭଣଭଣ ,ଅସ୍ୱାସ୍ଥ୍ୟକର ପରିବେଶ । ଏସବୁ ଭିତରେ ବିତୁଛି ରୋଗୀଙ୍କ ସଂପର୍କୀୟଙ୍କ ଜୀବନ । ଖରା ବର୍ଷା ଯୋଗୁଁ ବେଳେ ବେଳେ ସେତକ ବି ସମ୍ଭବ ହେଉନି । ହସ୍ପିଟାଲ ଭିତରକୁ କୌଣସି ଖାଇବା ସାମଗ୍ରୀ ଛଡ଼ା ଯାଉନଥିବାରୁ ବାଧ୍ୟ ହୋଇ ବାହାରେ ଖାଉଛନ୍ତି ଲୋକେ ।

ଏ କେବଳ ଗୋଟିଏ ଦିନର ସ୍ଥିତି ନୁହେଁ, ବର୍ଷ ବର୍ଷରୁ ଲାଗି ରହିଛି ଏ ସମସ୍ୟା । ଫଳରେ ଦୂର ଦୂରାନ୍ତରୁ ଆସୁଥିବା ରୋଗୀମାନେ ଖାଇବା ପିଇବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ସବୁ ଦେଖି ମଧ୍ୟ ସମସ୍ତେ ଚୁପ୍‌। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।