କନକ ବ୍ୟୁରୋ: ଅଭାବରେ ଚାଲିଛି ରୋଗୀ ସେବା । ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଶହ ଶହ ଡାକ୍ତର ପଦବୀ ଖାଲି ପଡିଛି । ଅଧିକାଂଶ କ୍ଷେତ୍ରରେ ଡାକ୍ତରମାନେ ସରକାରୀ ଚାକିରୀ ଛାଡି ଘରୋଇ ଡାକ୍ତରଖାନାକୁ ପସନ୍ଦ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

Advertisment

ସରକାରୀ ଡ଼ାକ୍ତରଖାନାରେ ରୋଗୀ ସଂଖ୍ୟା ଅନୁସାରେ ନାହାନ୍ତି ଡ଼ାକ୍ତର । ରାଜ୍ୟରେ ଖାଲି ପଡ଼ିଛି ଶହ ଶହ ଡ଼ାକ୍ତର ପଦବି । ଏହାରି ଭିତରେ ଅଭାବରେ ଚାଲିଛି ରୋଗୀ ସେବା । ନଜର ପକାନ୍ତୁ ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଉପରେ.. ରାଜ୍ୟରେ କେତେ ଡାକ୍ତର ପଦବୀ ରହିଛି ଓ କେତେ ପଦ ଫାଙ୍କା ପଡିଛି.. 

                  କେତେ ଡାକ୍ତରୀ ପଦ ରହିଛି          କେତେ ଡ଼ାକ୍ତର ପଦ ଖାଲି ଅଛି 
ଏଲୋପାଥି           ୧୫,୭୭୪                                ୫୩୨୧
ହୋମିଓପାଥି          ୫୯୫                                     ୧୧୩
ଆୟୁର୍ବେଦିକ           ୬୯୦                                     ୧୧୬
ୟୁନାନୀ ଡ଼ାକ୍ତର          ୯                                       ୬ 

ବିଧାନସଭାର ଏହି ତଥ୍ୟର ସତ ପରଖିବା ପାଇଁ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ପହଁଚିଥିଲା ଆମ ଟିମ୍। ଏଠାକୁ ରାଜ୍ୟର ବଭିନ୍ନ ଜିଲ୍ଲାରୁ ଚିକିତ୍ସା ପାଇଁ ଦୈନିକ ୫୦୦୦ରୁ ଅଧିକ ରେଗୀ ଆସୁଥିବା ବେଳେ, ଭର୍ତ୍ତି ହେଉଛନ୍ତି ୪୦୦ । କିନ୍ତୁ ଚିକିତ୍ସା କରିବା ପାଇଁ ନାହାନ୍ତି ଆବଶ୍ୟକୀୟ ଡ଼ାକ୍ତର । ୨ ବର୍ଷ ହେବ ଖାଲି ପଡ଼ିଛି ପ୍ରାୟ ୫୯ ଡ଼ାକ୍ତର ପଦବି।

କାହିଁକି ଫାଙ୍କା ପଡ଼ୁଛି ସରକାରୀ ଡ଼ାକ୍ତରଖାନାରେ ପଦବି? କଣ ପାଇଁ ସରକାରୀ ହସ୍ପିଟାଲ ଛାଡ଼ି ବେସରକାରୀ ହସ୍ପିଟାଲକୁ ବାଛୁଛନ୍ତି ଡ଼ାକ୍ତର । ଏହାର କାରଣ କହିଛନ୍ତି ଆଇଏମଏର ପୂର୍ବତନ ସଭାପତି। 

ସହରାଂଚଳରେ ରହିବାକୁ ପସନ୍ଦ କରନ୍ତି ଡ଼ାକ୍ତର। ବେସରକାରୀ ସଂସ୍ଥାରେ ବଦଳିର ସମସ୍ୟା ନଥାଏ ଦରମାରେ ମଧ୍ୟ ବିଶେଷ ତାରତମ୍ୟ ଦେଖିବାକୁ ମିଳେ ।

ଗୋଟିଏ ପଟେ ସରକାର ହସ୍ପିଟାଲରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚକା ଚକ ଘର ନିର୍ମାଣ କରିଛନ୍ତି। କିନ୍ତୁ ହସ୍ପିଟାଲରେ ଡାକ୍ତର ନିଯୁକ୍ତ ନକରିବା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।