ବରଗଡ଼ରେ ନାହିଁ ବର୍ଣ୍ଣ୍‌ ୟୁନିଟ୍, ଯନ୍ତ୍ରଣାରେ ୧୫୦ କି.ମି. ଛଟପଟ ହେଲେ ପୀଡ଼ିତା

ପୋଡ଼ା ଯନ୍ତ୍ରଣାରେ ଛଟପଟ ହେଉଥିଲେ ନାବାଳିକା । କିନ୍ତୁ ବରଗଡ଼ ଜିଲ୍ଲାରେ କୌଣସି ହସ୍ପିଟାଲରେ ବର୍ଣ୍ଣ୍‌ ୟୁନିଟ୍ ନଥିବାରୁ ଚିକିତ୍ସା କରାଇବା ସମ୍ଭବ ହୋଇନଥିଲା । ବାଧ୍ୟ ହୋଇ ବୁର୍ଲା ହସ୍ପିଟାଲ ଅଭିମୁଖେ ଗଡ଼ିଥିଲା ଆମ୍ବୁଲାନ୍ସ ।

ଅଦ୍ୟତନ ହୋଇଛି
burn unit

କନକ ବ୍ୟୁରୋ: ପଦ୍ମପୁର ଅଂଚଳର ନାବାଳିକା ନିଆଁରେ ଜଳିଯିବା ଯେତିକି ଯନ୍ତ୍ରଣାଦାୟକ ଥିଲା, ତାଠୁ ଅଧିକ ଯନ୍ତ୍ରଣାଦାୟକ ଥିଲା ବୁର୍ଲା ହସ୍ପିଟାଲ ପର୍ଯ୍ୟନ୍ତ ଯିବା । ପଦ୍ମପୁର କିମ୍ବା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ବୁର୍ଲା ଆସିଥିଲେ ନାବାଳିବା ।

ପୋଡ଼ା ଯନ୍ତ୍ରଣାରେ ଛଟପଟ ହେଉଥିଲେ ନାବାଳିକା । କିନ୍ତୁ ବରଗଡ଼ ଜିଲ୍ଲାରେ କୌଣସି ହସ୍ପିଟାଲରେ ବର୍ଣ୍ଣ୍‌ ୟୁନିଟ୍ ନଥିବାରୁ ଚିକିତ୍ସା କରାଇବା ସମ୍ଭବ ହୋଇନଥିଲା । ବାଧ୍ୟ ହୋଇ ବୁର୍ଲା ହସ୍ପିଟାଲ ଅଭିମୁଖେ ଗଡ଼ିଥିଲା ଆମ୍ବୁଲାନ୍ସ । ଦୂରତା ଥିଲା ପ୍ରାୟ ଦେଢ଼ ଶହ କିଲୋମିଟର । ଯାହାକୁ ଅତିକ୍ରମ କରିବା ପାଇଁ ପ୍ରାୟ ଅଢ଼େଇ ଘଣ୍ଟା ଲାଗି ଯାଇଥିଲା । ଏହାରି ଭିତରେ ଛାତ୍ରୀ ଜଣଙ୍କ ଆହୁରି ଗୁରୁତର ହୋଇପଡ଼ିଥିଲେ । ଆଉ ଶେଷରେ ଆଖି ବୁଜି ଦେଇଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରଗଡ଼ବାସିନ୍ଦା । ଯଦି ବରଗଡ଼ରେ ବର୍ଣ୍ଣ ୟୁନିଟ୍ ଥାନ୍ତା ଝିଅଟି ହୁଏତ ବଞ୍ଚିଯାଇଥାନ୍ତା ବୋଲି କହିଛନ୍ତି ।

 ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାହିଁକି ବର୍ଣ୍ଣ୍‌ ୟୁନିଟ୍ ସୁବିଧା କରାଯାଉନାହିଁ ସେନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ତୁରନ୍ତ ବର୍ଣ୍ଣ୍‌ ୟୁନିଟ୍ ଖୋଲିବା ସହ ଆବଶ୍ୟକ ଡାକ୍ତର ନିଯୁକ୍ତି କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ADMO କହିଛନ୍ତି, ୩୦ ପ୍ରତିଶତରୁ ଅଧିକ ପୋଡ଼ିଥିଲେ ପ୍ରାଥମିକ ଚିକିତ୍ସା କରି ବୁର୍ଲା ରେଫର୍‌ କରାଯାଏ । ଏନେଇ ସରକାରଙ୍କୁ ଜଣାଇବୁ ।

ଖାଲି ବରଗଡ଼ ନୁହେଁ ସାରାରାଜ୍ୟର ସମାନ ସ୍ଥିତି। ଏସ୍‌ସିବି ଓ ଏମ୍ସକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ କୌଣସି ସରକାରୀ ହସ୍ପିଟାଲରେ ବର୍ଣ୍ଣ୍‌ ୟୁନିଟ୍ ନାହିଁ। ବର୍ଣ୍ଣ୍‌ ୟୁନିଟ୍ ଖୋଲିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଯେମିତି ତତ୍ପର ହେବା କଥା, ସେମିତି ବି ଦେଖାଯାଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରୀ ବି ମୁହଁ ଖୋଲୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe