କନକ ବ୍ୟୁରୋ: ଓଡ଼ିଶାର ପ୍ରଶାସନିକ ପ୍ରାଣକେନ୍ଦ୍ର କୁହାଯାଉଥିବା ସଚିବାଳୟରେ ଏବେ ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି । ବିଧାନସଭାରେ ବିଧାୟକ ସୌଭିକ୍ ବିଶ୍ବାଳଙ୍କ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ସଚିବାଳୟର ବିଭିନ୍ନ ବର୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି । ସବୁଠାରୁ ଅଧିକ ୩୬୫ଟି ଉପବିଭାଗ ଅଧିକାରୀ (Section Officer) ଏବଂ ୩୪୮ଟି ସହକାରୀ ଉପବିଭାଗ ଅଧିକାରୀ (ASO) ପଦବୀ ଶୂନ୍ୟ ରହିଛି। ଏହା ବ୍ୟତୀତ ୧୦୫ ଜଣ ଅନୁଶାସନ ସଚିବ, ଜଣେ ଅତିରିକ୍ତ ଶାସନ ସଚିବ, ୨ ଜଣ ଯୁଗ୍ମ ଶାସନ ସଚିବ, ୨ ଜଣ ଉପ ଶାସନ ସଚିବ ଏବଂ ୪ ଜଣ ଡେସ୍କ ଅଫିସରଙ୍କ ପଦବୀ ମଧ୍ୟ ପୂରଣ ହୋଇନାହିଁ।

ଆହୁରି ପଢ଼ନ୍ତୁ... ରୋଷେଇ ଘରୁ ଶବଦାହ ପର୍ଯ୍ୟନ୍ତ ପ୍ରଭାବିତ କରିଛି ଗ୍ୟାସ୍ ମୂଲ୍ୟ ବୃଦ୍ଧି : ଭାରତୀୟଙ୍କ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ

ଏତେ ସଂଖ୍ୟକ ପଦବୀ ଖାଲି ରହିବା ଫଳରେ ସରକାରୀ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି ହେବା ସହ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ଚାପ ବଢୁଛି। ପ୍ରଶାସନିକ ସ୍ୱଚ୍ଛତା ଓ ସରକାରୀ ଯୋଜନାର ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ଏହି ଶୂନ୍ୟସ୍ଥାନଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ଏବେ ନୂତନ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି । ଯଦି ଏହି ପଦବୀଗୁଡ଼ିକ ଶୀଘ୍ର ପୂରଣ ନହୁଏ, ତେବେ ସଚିବାଳୟର ଗତିଶୀଳତା ପ୍ରଭାବିତ ହେବାର ସମ୍ଭାବନା ରହିଛି ।