ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଲାଂଚ, ଭାଇରାଲ ହେଉଛି ଭିଡିଓ

Advertisment

ମାଲକାନଗିରି ଆରଟିଓ ଅଫିସରେ ଚାଲିଛି କଣ । ମୋବାଇଲକୁ ମୋବାଇଲ ଘୁରି ବୁଲୁଛି ଟଙ୍କା କାରବାରର ଚିତ୍ର ।

ମାଲକାନଗିରି ଆରଟିଓ ଅଫିସରେ ଚାଲିଛି କଣ । ମୋବାଇଲକୁ ମୋବାଇଲ ଘୁରି ବୁଲୁଛି ଟଙ୍କା କାରବାରର ଚିତ୍ର ।

mal 2

କନକବ୍ୟୁରୋ: ମାଲକାନଗିରି ଆରଟିଓ ଅଫିସରେ ଚାଲିଛି କଣ। ମୋବାଇଲକୁ ମୋବାଇଲ ଘୁରି ବୁଲୁଛି ଟଙ୍କା କାରବାରର ଚିତ୍ର। ସୁଚନା ଅନୁସାରେ, ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଏହି ସବୁ ଟଙ୍କା ଆଦାୟ ହେଉ ଥିବା ଜଣା ପଡିଛି ।

ପ୍ରତି ଡିଏଲ ପାଇଁ ୫୦୦ ରୁ ୧୫୦୦ ଶହ ଟଙ୍କା ଆଦାୟ ହୋଉଛି । ଆଉ ଟଙ୍କା ନ ଦେଲେ ଡିଏଲ୍ ଟେଷ୍ଟରେ ଫେଲ , ଟଙ୍କା ଦେଲେ ପାସ୍ । ଟଙ୍କା ନେଉ ଥିବା ବାବୁ ଜଣକ ଜଣେ ଆଉଟ ସୋର୍ସ କର୍ମଚାରୀ ବୋଲି ଜଣା ପଡିଛି ।

ତେବେ ଏହି ଭିଡିଓ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ଏହି ଟଙ୍କାରେ ଆରଟିଓ ଠାରୁ ଆରମ୍ଭ କରି ଏମଭିଆଇ ଯାଏଁ ସମସ୍ତଙ୍କ ଭାଗ ଥାଏ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe