61୍୍ Photograph: (61୍୍)
କନକ ବ୍ୟୁରୋ: ପଞ୍ଚାୟତରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ଯୋଡିବା ଲକ୍ଷ୍ୟରେ ରାଜ୍ୟରେ ଗଡୁଛି ଲକ୍ଷ୍ମୀ ବସ୍ । ପୂର୍ବତନ ସରକାର ଓଡିଶା ରାଜ୍ୟ ସଡ଼କ ପରିବହନ ସଂସ୍ଥା ଜରିଆରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଥିଲେ। ଗତ ଜାନୁୟାରୀ ୩୧ ତାରିଖରେ ଦେବଗଡରେ ଜୋଡ଼ି ହୋଇଥିଲା ନୁଆଁ ଫର୍ଦ୍ଦ । ଆଜି ମଧ୍ୟ ଜିଲ୍ଲାର ୭ଟି ପଞ୍ଚାୟତବାସୀ ଏହି ସେବାରୁ ବଞ୍ଚିତ ଥିବା ଜଣାପଡ଼ିଛି ।
୨୦୨୪ ଜାନୁଆରୀ ୩୧ରେଲକ୍ଷ୍ମୀ ବସ ଯୋଜନରେ ଯୋଡ଼ି ହୋଇଥିଲା ଦେବଗଡ଼ । ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ଥିଲା ବସ୍ । ଲକ୍ଷ୍ମୀ ବସ ଦେଖି ଖୁସି ହୋଇଯାଇଥିଲେ ମହିଳା ଯାତ୍ରୀ ଓ ଛାତ୍ରଛାତ୍ରୀ । ପଞ୍ଚାୟତରୁ ବ୍ଲକ କାର୍ୟ୍ୟାଳୟକୁ ଯିବାକୁ ଆଉ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । କିନ୍ତୁ ବିଡ଼ମ୍ବନା ସବୁ ପଞ୍ଚାୟତକୁ ଗଡୁନି ଏହି ବସ । ତିଲେଇବଣୀ ବ୍ଲକର ଅହପଞ୍ଚ ଇଲାକା ଭାବେ ପରିଚିତ ଲଇମୁରା, ଝାରମୁଣ୍ଡା, ପାରପଶି, ଝରା ଗୋଗୁଆ, ଗଣ୍ଡମ ଓ ଡିମିରିକୁଦା ପଞ୍ଚାୟତବାସୀ ଏହି ସୁବିଧାରୁ ବାଦ ପଡ଼ିଛନ୍ତି। ଲକ୍ଷ୍ମୀ ବସ୍ ଆରମ୍ଭ ହେବାର ୬ ଦିନ ପରେ ବନ୍ଦ ହୋଇଯାଇଛି । ଆଜି ପର୍ୟ୍ୟନ୍ତ ଏହାର ଚଳାଚଳ ପାଇଁ କୌଣସି ସୁବିଧା ହୋଇପାରିନାହିଁ ।
ଦେବଗଡ ଜିଲ୍ଲା ପାଇଁ ୧୭ଟି ସାଧାରଣ ଓ ୨ଟି ଶୀତତାପ ନିୟନ୍ତ୍ରିତ ବସ୍ ଯୋଗାଇ ଦେଇଛି ସୁନ୍ଦରଗଡ଼ କୁନାଲ ଟ୍ରାନ୍ସପୋର୍ଟ । ଲକ୍ଷ୍ମୀ ବସ ଚଳାଚଳ ଯୋଗୁଁ ବ୍ୟୟ ଅଧିକ ହେଉଥିବା ବେଳେ ଆୟ ଖୁବ୍ କମ୍ ହେଉଛି । ମୋଟାମୋଟି ଭାବେ ସରକାରଙ୍କ ଯୋଜନାରୁ ସାଧାରଣ ଜନତା ସୁଫଳ ପାଇବା ବଦଳରେ ଟ୍ରାନ୍ସପୋର୍ଟ ଲାଭାର୍ନିତ ହେଉଛି । ଯେଉଁ ଅଞ୍ଚଳକୁ ଲକ୍ଷ୍ମୀ ବସ୍ ସେବା ନିହାତି ଆବଶ୍ୟକ ସେଠାକୁ ଯୋଗାଯୋଗ ହୋଇପାରୁନଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲାପାଳ କହିଛନ୍ତି, ଘାଟି ରାସ୍ତା ଅଡୁଆ ହୋଇଛି । ତେବେ ଏବେ ଅପେକ୍ଷା, କେବେ ଦେବଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ଲକ୍ଷ୍ମୀବସ୍ ଯିବ ଏବଂ ଯାତ୍ରୀ ସହଜରେ ପଞ୍ଚାୟତରୁ ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚି ପାରିବେ ।
Follow Us