ଶବକୁ କୋକେଇରେ ନେଇ ସହର ସାରା ବୁଲାଇଲେ; ମୃତକଙ୍କୁ କ୍ଷତିପୂରଣ ସହ ଘର ଦେବାକୁ ଦାବି କଲେ ସହକର୍ମୀ

 ଶ୍ରମିକ ମୃତ୍ୟୁକୁ ନେଇ କଟକରେ ଉତ୍ତେଜନା । ମୃତଦେହ ଧରି ଶବ ଶୋଭାଯାତ୍ରାରେ ଅନ୍ୟ ଶ୍ରମିକ । କ୍ଷତିପୂରଣ ସହ ଘର ଦେବାକୁ ଦାବି । ଗତକାଲି ଡ୍ରେନ୍‌ ମରାମତିବେଳେ କାନ୍ଥ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ।

ଅଦ୍ୟତନ ହୋଇଛି
41aaaa

କନକ ବ୍ୟରୋ: କଟକ ବିଡାନାସୀରେ ଡ୍ରେନ ମରାମତି କାମ ଚାଲିଥିବା ବେଳେ ଶ୍ରମିକ ମୃତ୍ୟୁ ଘଟଣା । ଆଜି ଶେଷକୃତ୍ୟ ପାଇଁ ତାଙ୍କ ମୃତଦେହ ନିଆଯାଇଛି । ମୃତ୍ୟୁକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ମୃତଦେହକୁ ସହର ପରିକ୍ରମା କରାଯାଇଛି । ଶବ ଶୋଭାଯାତ୍ରାରେ ଶ୍ରମିକ ମାନେ ସାମିଲ ହୋଇଛନ୍ତି । କ୍ଷତିପୂରଣ ଦାବି କରିଛନ୍ତି । 

ଗତକାଲି ବିଡ଼ାନାସୀର ଗୋପାଳ ସାହିରେ ଡ୍ରେନ କାମ ଚାଲିଥିଲା। ଏହି ସମୟରେ ହଠାତ ଡ୍ରେନ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ତଳେ ଚାପି ହୋଇଯାଇଥିଲେ ଜଣେ ଶ୍ରମିକ। ଉଦ୍ଧାର ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ଆଉ ଦୁଇ ଗୁରୁତର ହୋଇପଡ଼ିଥିଲେ । ମୃତ ଶ୍ରମିକ ଜଣକ ହେଲେ ଶଙ୍କରୀ। ଅନ୍ୟ ରାଜ୍ୟରୁ ଆସି ଏଠାରେ କାମ କରୁଥିଲେ । ଡ୍ରେନ କାମ କରିବା ସମୟରେ ଖସିପଡି ହୋଇଥିଲା ମୃତ୍ୟୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe