ଜେସିବି ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ ; କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଅଘଟଣ।

ବଲାଙ୍ଗୀର କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଅଘଟଣ । ଉନ୍ନତୀକରଣ କାମ ଚାଲିଥିବା ବେଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର । କାନ୍ଥ ଓ ଜେସିବି ମଝିରେ ଚାପି ହୋଇଯାଇଥିଲେ ଶ୍ରମିକ ।

42ି

କନକ ବ୍ୟୁରୋ: କଣ୍ଟାବାଞ୍ଜି ରେଳୱେ ଷ୍ଟେସନରେ ବଡ଼ ଅଘଟଣ । ରେଳୱେର ଉନ୍ନତିକରଣ ଚାଲିଥିଲା ବେଳେ ଜେସିବି ଓ କାନ୍ଥ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ । ତେବେ ଆଉ ଜଣେ ଶ୍ରମିକ ଗୁରୁତର ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, କଣ୍ଟାବାଞ୍ଜି ରେଳବାଇ ଷ୍ଟେସନ ଭିତରେ ଅମୃତ ଭାରତ ଯୋଜନାରେ ଉନ୍ନତିକରଣ ଚାଲିଛି । ଜିଆରପି ଆଉଟ ପୋଷ୍ଟ ପାଖରେ ଥିବା ପାଚେରୀକୁ ଜେସିବି ଦ୍ବାରା ଭଙ୍ଗାଯାଉଥିଲା । ଏହି ସମୟରେ ଦୁଇଜଣ ଶ୍ରମିକ ଜେସିବି ଓ କାନ୍ଥ ତଳେ ଚାପି ହୋଇଯାଇଛନ୍ତି । ଜେସିବିର ସାମ୍ନାପଟ ବକେଟରେ ଜଣେ ଶ୍ରମିକ ଫସିଯାଇଥିବା ବେଳେ ଅନ୍ୟଜଣେ ଭଙ୍ଗା କାନ୍ଥ ତଳେ ଚାପି ହୋଇ ରହିଥିଲେ । ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ରେଳବାଇ ପୁଲିସ , ଆରପିଏଫ ଓ ଅନ୍ୟ ଅଧିକାରୀ ସାମିଲ ରହିଛନ୍ତି । ଅନ୍ୟଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୨ ଜଣ ଶ୍ରମିକ ବାହାର ରାଜ୍ୟର ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe