କନକ ବ୍ୟୁରୋ: କଣ୍ଟାବାଞ୍ଜି ରେଳୱେ ଷ୍ଟେସନରେ ବଡ଼ ଅଘଟଣ । ରେଳୱେର ଉନ୍ନତିକରଣ ଚାଲିଥିଲା ବେଳେ ଜେସିବି ଓ କାନ୍ଥ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ । ତେବେ ଆଉ ଜଣେ ଶ୍ରମିକ ଗୁରୁତର ଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, କଣ୍ଟାବାଞ୍ଜି ରେଳବାଇ ଷ୍ଟେସନ ଭିତରେ ଅମୃତ ଭାରତ ଯୋଜନାରେ ଉନ୍ନତିକରଣ ଚାଲିଛି । ଜିଆରପି ଆଉଟ ପୋଷ୍ଟ ପାଖରେ ଥିବା ପାଚେରୀକୁ ଜେସିବି ଦ୍ବାରା ଭଙ୍ଗାଯାଉଥିଲା । ଏହି ସମୟରେ ଦୁଇଜଣ ଶ୍ରମିକ ଜେସିବି ଓ କାନ୍ଥ ତଳେ ଚାପି ହୋଇଯାଇଛନ୍ତି । ଜେସିବିର ସାମ୍ନାପଟ ବକେଟରେ ଜଣେ ଶ୍ରମିକ ଫସିଯାଇଥିବା ବେଳେ ଅନ୍ୟଜଣେ ଭଙ୍ଗା କାନ୍ଥ ତଳେ ଚାପି ହୋଇ ରହିଥିଲେ । ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ରେଳବାଇ ପୁଲିସ , ଆରପିଏଫ ଓ ଅନ୍ୟ ଅଧିକାରୀ ସାମିଲ ରହିଛନ୍ତି । ଅନ୍ୟଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୨ ଜଣ ଶ୍ରମିକ ବାହାର ରାଜ୍ୟର ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/16/K2jOeDaWK8s1V9G7Sjha.jpg)