କନକ ବ୍ୟୁରୋ : ଦାଦନ ଦୁଃଖ ପୂର୍ବ ସରକାର ସମୟରେ ଥିଲା, ଆଜିର ସରକାର ସମୟରେ ରହିଛି । ହେଲେ ସବୁଠାରୁ ସରକାରୀ ବିଫଳତା ହେଉଛି ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଉଥିବା ଲୋକମାନଙ୍କର ମୃତ୍ୟୁ । ଏହାସହ ଅନେକ ସମୟରେ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ଦାଦନଶ୍ରମିକଙ୍କୁ କିଭଳି ଶୋଷଣ କରାଯାଉଛି ତାହା ଏକ ସରକାରର ବିଫଳତାକୁ ଇଙ୍ଗିତ କରୁଛି । ଏନେଇ ଆଜି ବିଧାନସଭାର ପ୍ରଶ୍ନଉତ୍ତର କାଳରେ ବଡ଼ ଆଲୋଚନା ହୋଇଥିଲା । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଶ୍ରମମନ୍ତ୍ରୀ ଗଣେଶରାମସିଂ ଖୁଣ୍ଟିଆ ଯେଉଁ ଉତ୍ତର ଦେଇଛନ୍ତି ତାହା ସରକାରୀ ବ୍ୟବସ୍ଥାର ବିଫଳତାକୁ ପଦାରେ ପକାଇଛି । ଶ୍ରମମନ୍ତ୍ରୀ କହିଛନ୍ତି କି, ୫ ବର୍ଷରେ ୨୮୯ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଛି । ୨୦୨୦ ମସିହା ଠାରୁ ଏପର୍ଯ୍ୟନ୍ତ ବାହାର ରାଜ୍ୟର ୫୬୧୨ ଜଣ ପ୍ରବାସୀ ଶ୍ରମିକଙ୍କ ଉଦ୍ଧାର କରାଯାଇଛି ।
ବିଧାନସଭାରେ ଚମକାଇଦେଲା ଶ୍ରମମନ୍ତ୍ରୀଙ୍କ ସୂଚନା, ଗତ ୫ ବର୍ଷରେ ୨୮୯ ପ୍ରବସୀଙ୍କ ମୃତ୍ୟୁ
ଏହାସହ ଅନେକ ସମୟରେ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ଦାଦନଶ୍ରମିକଙ୍କୁ କିଭଳି ଶୋଷଣ କରାଯାଉଛି ତାହା ଏକ ସରକାରର ବିଫଳତାକୁ ଇଙ୍ଗିତ କରୁଛି ।
/kanak/media/media_files/2025/09/23/35-2025-09-23-14-13-20.jpg)