କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଏହି ସମ୍ମିଳନୀର ତୃତୀୟ ଅଧିବେଶନରେ ‘ଜଳବାୟୁ ପ୍ରବାସ-ଏକ ଜଳବାୟୁ ସ୍ଥିର ପ୍ରଶାସନ ଗଠନ’ଶୀର୍ଷକ ଆାଲୋଚନାରେ ଶ୍ରମ କମିସନର ଆଇଏଏସ ଇନ୍ଦ୍ରମଣି ତ୍ରିପାଠୀ ଯୋଗ ଦେଇଥିଲେ । ଏହି ଆଲୋଚନାଚକ୍ରରେ ଭାଗ ନେଇ କହିଲେ, ରାଜ୍ୟରୁ ଲୋକଙ୍କ ସ୍ଥାନାନ୍ତର ଜାରି ରହିଛି ।
ପୂର୍ବରୁ ମରୁଡ଼ି ପାଇଁ ଏହା ହେଉଥିଲା । ଅନ୍ୟ ରାଜ୍ୟରୁ ମଧ୍ୟ ଓଡ଼ିଶାକୁ ଲୋକେ ଆସୁଛନ୍ତି । ଏଭଳି ସ୍ଥାନାନ୍ତର ସକାରାତ୍ମକ ମଧ୍ୟ ହୋଇଥାଏ । ଶ୍ରମିକମାନେ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ଏଭଳି ଶ୍ରମିକଙ୍କ ପାଇଁ ନୂଆ ପଦକ୍ଷେପ ମଧ୍ୟ ନିଆଯାଉଛି । ସେମାନଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ଓ ରହିବା ସୁବିଧା ଆଦି କରାଯାଉଛି । ସକାରାତ୍ମକ ଏବଂ ଆର୍ଥିକ ବିକାଶ ପାଇଁ ଲୋକେ ଅନ୍ୟ ସ୍ଥାନକୁ ଯିବା ଉପଯୁକ୍ତ । ମାତ୍ର ଦାଦନ ଘଟଣା ରୋକା ଯିବା ଆବଶ୍ୟକ । ସ୍ଥାନାନ୍ତରକୁ ସବୁବେଳ ନକାରାତ୍ମକ ଭାବେ ଦେଖାଯିବା ଅନାବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/07/new-project-3-2025-10-07-15-22-42.jpg)