କନକ ବ୍ୟୁରୋ: "ଲା କିଡ଼ଜ ଡେ ବୋର୍ଡିଙ୍ଗ ପ୍ଲେ ସ୍କୁଲ" ତା'ର ବାର୍ଷିକ ଉତ୍ସବ ସମାରୋହ ତଥା ୧୨ ତମ ଷ୍ଟାର ଚ୍ୟାମ୍ପ ଟ୍ୟାଲେଣ୍ଟ ଫେଷ୍ଟ ପ୍ରତିଯୋଗିତାକୁ ସଫଳ ଭାବରେ ଆୟୋଜନ କରିଛି । ବିଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ରାଜଧାନୀ ଭୁବନେଶ୍ୱରର ନାଗେଶ୍ଵର ଟାଙ୍ଗୀ ସ୍ଥିତ ଏହି ପୁରାତନ ଡେ ବୋର୍ଡିଙ୍ଗ ପ୍ଲେ ସ୍କୁଲ ସର୍ବଦା ଶିଶୁ ବିକାଶ ଓ ସାମୁହିକ ପ୍ରଗତିର ଲକ୍ଷ୍ୟ ନେଇ କାର୍ଯ୍ୟ କରି ଆସୁଛି । ପ୍ରତିବର୍ଷ କୁନିକୁନି ପିଲାମାନଙ୍କ ମଧ୍ୟରେ କ୍ରୀଡା ମନୋଭାବ ଏବଂ ଶାରୀରିକ ତଥା ମାନସିକ ବିକାଶ ପାଇଁ ଷ୍ଟାର ଚ୍ୟାମ୍ପ ଟ୍ୟାଲେଣ୍ଟ ଫେଷ୍ଟ ପ୍ରତିଯୋଗିତା ଆୟୋଜନ କରିଆସୁଛି । ଯେଉଁଥରେ ପିଲାମାନେ ଅଂଶଗ୍ରହଣ କରି ନିଜର ଦକ୍ଷତା ବୃଦ୍ଧି କରିପାରିବେ ।

Advertisment

ଗତ ୮ ତାରିଖରେ ପିଲାମାନଙ୍କ ମଧ୍ୟରେ ହିନ୍ଦୀ-ଇଂରାଜୀ କବିତା, ହିନ୍ଦୀ-ଇଂରାଜୀ କାହାଣୀ, ଚିତ୍ରାଙ୍କନ ପ୍ରତିଯୋଗିତା, ଅଭିଭାଷଣ, ହସ୍ତାକ୍ଷର, ଫ୍ୟାନସି ଡ୍ରେସ, ଫ୍ୟାସନ ସୋ, ଏବଂ ଛଅ ମାସରୁ ଦୁଇ ବର୍ଷ ଶିଶୁ ମାନଙ୍କପାଇଁ ବେବି ସୋ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଏହି ସ୍କୁଲର ବାର୍ଷିକ ଉତ୍ସବ ସମାରୋହରେ ବିଜେତା ମାନଙ୍କୁ ଉପଢୌକନ ପ୍ରଦାନ କରାଯାଇଛି । ଏହା ସହିତ ବିଭିନ୍ନ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।