କନକ ବ୍ୟୁରୋ: ଏଥରକ କୌଣସି ସିନେମା ବା ଇଭେଣ୍ଟ ପାଇଁ ନୁହେଁ ବୟାନ ପାଇଁ ଚର୍ଚ୍ଚା ପରିସରକୁ ଆସିଛନ୍ତି ବଲିଉଡ ନାୟିକା ଦୀପିକା ପାଦୁକୋଣ । ଏଲ ଆଣ୍ଡ ଟି ଚେୟାରମ୍ୟାନ ଏସଏନ ସୁବ୍ରମଣ୍ୟମଙ୍କ ବୟାନକୁ ବିରୋଧ କରିବା ସହ ଦୀପିକା କର୍ମକ୍ଷେତ୍ରରେ ସୁସ୍ଥ ମାନସିକ ସ୍ବାସ୍ଥ୍ୟ ଉପରେ ଅଧିକ ଗୁରୁତ୍ବ ଦେବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।

Advertisment

ଅଫିସ କର୍ମଚାରୀଙ୍କୁ କେତେ ଘଣ୍ଟାର ଧରି କାମ କରିବା ଆବଶ୍ୟକ ଏହାକୁ ନେଇ ନୂଆ ବିତର୍କ ଆରମ୍ଭ ହୋଇଛି । ୯୦ଘଣ୍ଟା କାମ କରିବା ସପକ୍ଷରେ ଦେଶର ଜଣାଶୁଣା କମ୍ପାନୀ ଏଲ ଆଣ୍ଡ୍‌ ଟି ଚେୟାରମ୍ୟାନ ଏସଏସ ସୁବ୍ରମଣ୍ୟମ ଯୁକ୍ତି ବାଢ଼େଇ ନିଜ ମତ ରଖିଥିଲେ । ଏହାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ବଲିଉଡ ଅଭିନେତ୍ରୀ ଦିପିକା ପାଦୁକୋଣ ।ଜବାବ ରଖି ଦୀପିକା କହିଛନ୍ତି । ବଡ କମ୍ପାନୀ, ବଡ ପଦବୀରେ ବସିଥିବା ବ୍ୟକ୍ତିଙ୍କ ମୁହଁରେ ଏଭଳି କଥା ଶୋଭା ପାଉନି । ଅଫିସରେ କାମ କରିବା ଯେତିକି ଜରୁରୀ ସେତିକି ଆବଶ୍ୟକ କର୍ମଚାରୀଙ୍କ ସୁସ୍ଥ ମାନସିକ ସ୍ବାସ୍ଥ୍ୟ ।

କର୍ମଚାରୀଙ୍କୁ ସମ୍ବୋଧିତ କରି ଲାର୍ସେନ ଏଣ୍ଡ୍ ଟୁବ୍ରୋ(L&T) ଅଧ୍ୟକ୍ଷ ଏସ୍.ଏନ୍ ସୁବ୍ରମଣ୍ୟନ କହିଥିଲେ 

  • ୭ଦିନରେ ‘୯୦’ ଘଣ୍ଟା କାମ କର
  • ପ୍ରତିଯୋଗିତାମୂଳକ ମନୋଭାବ ରଖି କର୍ମଚାରୀମାନେ  କାମ କରିବା ଉଚିତ
  • ସପ୍ତାହକୁ  ୯୦ଘଣ୍ଟା କାମ କଲେ ସବୁ ଆହ୍ନାନକୁ ସହଜରେ ସାମ୍ନା କରିହେବ
  • ଏପରିକି ରବିବାର ମଧ୍ୟ କାମ କରିବାକୁ କୁଣ୍ଠାବୋଧ କରିବା ଉଚିତ ନୁହେଁ
  • ଛୁଟି ଦିନରେ ଘରେ ସ୍ବାମୀ ଓ ସ୍ତ୍ରୀ ପରସ୍ପରକୁ ଚାହିଁକି ସମୟ କାହିଁକି ନଷ୍ଟ କରୁଛନ୍ତି ?
  • ମୋ ହାତରେ ଥିଲେ କର୍ମଚାରୀଙ୍କୁ ରବିବାର କାମ କରାନ୍ତି
  • ରବିବାର ଘରେ ବସିବା ଅପେକ୍ଷା ଅଫିସରେ କାମ କରିବା ଭଲ

ନିକଟରେ ଇନଫୋସିସ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ମଧ୍ୟ ସପ୍ତାହକୁ କର୍ମଚାରୀ ୭୦ଘଣ୍ଟା କାମ କରିବା ଉପରେ ଜୋର ଦେବା ପରେ ଦେଶର ଏନେଇ ଏକ ତର୍କ ଆରମ୍ଭ ହୋଇଥିଲା । ତେବେ ଏଲ ଆଣ୍ଡ୍‌ ଟି ଚେୟାରମ୍ୟାନଙ୍କ କହିବା ଶୈଳୀ ଓ ବୟାନକୁ ଦୀପିକା ପାଦୁକୋଣ ନିଜ ଅନ୍ଦାଜରେ ଜବାବ ଦେଇଛନ୍ତି । ୨୦୧୫ ମସିହାରରୁ ଦୀପିକା ମାନସିକ ସ୍ବାସ୍ଥ୍ୟକୁ ନେଇ ବିଭିନ୍ନ ଏନଜିଓ ସହ କାମ କରିବା ସହ ପ୍ରଚାର ଅଛନ୍ତି । ତେବେ ବିଗତ ଦିନରେ ସେ ମାନସିକ ଅବସାଦଗସ୍ତରେ ଥିବା କଥା ପ୍ରକାଶ କରିବା ସହ କିଭଳି ସେଥିରୁ ମୁକୁଳିଥିଲେ, ଏନେଇ ବାର୍ତ୍ତା ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରୁଛନ୍ତି ।