କନକ ବ୍ୟୁରୋ : ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଅଭିନେତା ବିକାଶ ସେଠୀଙ୍କର ୪୮ ବର୍ଷ ବୟସରେ ପରଲୋକ ହୋଇଛି । ପରିବାର ଲୋକଙ୍କ ସୂଚନା ମୁତାବକ ତାଙ୍କର ମୃତ୍ୟୁ ହୃଦଘାତ କାରଣରୁ ହୋଇଥିବା ଜଣାପଡିଛି । ବିକାଶଙ୍କର ପତ୍ନୀଙ୍କ ସହ ଦୁଇଟି ପିଲା ମଧ୍ୟ ରହିଛନ୍ତି ।
୨୦୨୧ ମସିହାରେ ବିକାଶ ନିଜ ପାଦର ଅପରେଶନ କରିଥିଲେ । ଡାକ୍ତର ତାଙ୍କୁ ୨ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ବି ସେ ତା ପୂର୍ବରୁ କାମ ଆରମ୍ଭ କରିଦେଇଥିଲେ । ଯଦି ତାଙ୍କ କ୍ୟାରିୟର ବାବଦରେ କହିବା ତେବେ ସେ ‘ଦିଲ୍ ନା ଜାନେ କିୟୁଁ’, ‘ କହିଁ ତୋ ହୋଗା’, ‘କ୍ୟୁୟୁଁକି ଶାସ୍ ଭି କଭି ବୋହୂ ଥି’, ଭଳି ଅନେକ ଲୋକପ୍ରିୟ ଧାରାବାହିକରେ କାମ କରି ଢେର ପ୍ରଶଂସା ସାଉଣ୍ଟିଥିଲେ ।