କନକ ବ୍ୟୁରୋ : ଟିଭି ଦୁନିଆରୁ ରାଜନୀତିକୁ ଆସି ଆଶାତୀତ ସଫଳତା ହାସଲ କରିଥିଲେ ସ୍ମୃତି ଇରାନୀ । ବିଜେପିର ଆଗଧାଡିର ନେତ୍ରୀ ଭାବେ ବେଶ୍ ପରିଚୟ ସାଉଣ୍ଟିଥିବା ବେଳେ କେନ୍ଦ୍ରରେ ମନ୍ତ୍ରୀପଦ ମଧ୍ୟ ପାଇଥିଲେ । ବିଶେଷ କରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହିବା ସହ ବିଜେପି କେନ୍ଦ୍ରୀୟ ନେତ୍ୱତ୍ୱଙ୍କ ନିକଟତର ହୋଇଥିଲେ । ହେଲେ ୨୦୨୪ ସାଧାରଣ ନିର୍ବାଚନ ତାଙ୍କ ଜୀବନର ମୋଡ ବଦଳାଇଦେଲା । ଦଳ ଭିତରେ ଅଲୋଡା ହୋଇଗଲେ । ଏସବୁ ଭିତରେ ପୁଣି ଥରେ ସ୍ମୃତି ଇରାନୀ ଟିଭି ଦୁନିଆକୁ ଫେରୁଛନ୍ତି । 

Advertisment

ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ଧାରାବାହିକ "ସାସ୍ ଭି କଭି ବୋହୂ ଥୀ'ରେ ପୁଣିଥରେ ଏଣ୍ଟ୍ରି ମାରୁଛନ୍ତି ସ୍ମୃତି ଇରାନୀ । ଏହି ଧାରାବାହିକର ଦ୍ୱିତୀୟ ସିଜିନ ଆସିବାକୁ ଯାଉଛି, ଏହାକୁ ନେଇ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି । କାରଣ ଏହି ଧାରାବାହିକରେ ଏବେ ପୁଣିଥରେ ସ୍ମୃତି ଇରାନୀ ମୁଖ୍ୟ ଭୂମିକାରେ ଆସୁଛନ୍ତି । 

ହେଲେ ଏହି ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ସ୍ମୃତି ଇରାନୀ ଯେତିକି ପାରିଶ୍ରାମିକ ଦାବି କରିଛନ୍ତି ତାହା ଆପଣଙ୍କୁ ଚକିତ କରିଦେବ । ଇଣ୍ଡିଆ ଫୋରମର ରିପୋର୍ଟ ମୁତାବକ ଏହି ଧାରାବାହିକ ପାଇଁ ସ୍ମୃତି ଇରାନୀ  ଦୈନିକ ୧୪ ଲକ୍ଷ ଟଙ୍କା ଦାବି କରିଛନ୍ତି । ଏହାସହ ସୁଟିଂ ସେଟରେ ଜେଡ୍ ପ୍ଲସ ସୁରକ୍ଷା ପାଇଁ ଦାବି କରିଥିବା କଥା କୁହାଯାଇଛି । ହେଲେ ଏନେଇ କୌଣସି ଅଫିସିଆଲ ରିପୋର୍ଟ ସାମ୍ନାକୁ ଆସିନାହିଁ ।