କନକ ବ୍ୟୁରୋ: ଆପତ୍ତିଜନକ ଟିପ୍ପଣୀ ପାଇଁ ଉଠୁଛିପଡୁଛି ମହାରାଷ୍ଟ୍ର । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପରୋକ୍ଷରେ ଦେଶଦ୍ରୋହୀ କହିବା ଘଟଣାକୁ ନେଇ ତୁମ୍ବିତୋଫାନ ଦେଖାଦେଇଛି । ସେପଟେ କୁନାଲ କାମ୍ରାଙ୍କୁ ଏବେ ସୁଦ୍ଧା ୫ଶହ ଥରରୁ ଅଧିକ ଧମକ ମିଳିଥିବା ସେ ନିଜେ ପ୍ରକାଶ କରିଛନ୍ତି । ସିନ୍ଦେଙ୍କ ସମର୍ଥକମାନେ ତାଙ୍କୁ ଖୁଲମଖୁଲା ଧମକ ଦେବା ସହ କମେଡିଆନଙ୍କୁ ଛଡାଯିବନି ବୋଲି ଚେତାବନୀ ଦେଇଛନ୍ତି । ସେପଟେ ମୁମ୍ବାଇରେ ନଥିବା କହି ପୁଲିସ ନିକଟରେ ହାଜର ହେବାକୁ ୭ଦିନର ସମୟ ମାଗିଛନ୍ତି କୁନାଲ ।
ବୁଧବାର କମେଡିଆନଙ୍କ ନାଁରେ ୩ଟି ଏଫଆଇଆର ରୁଜୁ କରାଯାଇଛି । ସେପଟେ ଘଟଣାକୁ ବେଶ୍ ଗୁରୁତ୍ବର ସହ ନେଇଛି ମହାୟୁତି ସରକାର ।ମଙ୍ଗଳବାର ରାତିରେ ଦୁଇ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ଭେଟିଛନ୍ତି । ତେବେ ଅଜିତ କହିଛନ୍ତି ଏଭଳି ଭୁଲ କ୍ଷମା ଯୋଗ୍ୟ ନୁହେଁ, ଏହା ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କୁନାଲ କାମ୍ରାଙ୍କୁ ୫୦୦ଥର ଧମକ
-ବୟାନ ପାଇଁ ଅଡ଼ୁଆରେ କୁନାଲ କାମ୍ରା
-ମୁମ୍ବାଇ ଛାଡ଼ି ତାମିଲନାଡ଼ୁ ଚାଲିଯାଇଥିବା ସୂଚନା
-କୁନାଲଙ୍କୁ ମିଳିଲାଣି ୫୦୦ଥର ଧମକ
-ସିନ୍ଦେଙ୍କ ସମର୍ଥକ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି
-ଷ୍ଟାଣ୍ଡଅପ୍ କମେଡିଆନ୍ଙ୍କ ନାଁରେ ୩ଟି ଏଫ୍ଆଇଆର୍ ରୁଜୁ
-ପୁଲିସ ନିକଟରେ ହାଜର ହେବାକୁ କୁନାଲ ୭ଦିନର ସମୟ ମାଗିଛନ୍ତି