କୁନାଲ କାମରାଙ୍କୁ ସାମାନ୍ୟ ଆଶ୍ବସ୍ତି, ଏପ୍ରିଲ ୪ ପର୍ଯ୍ୟନ୍ତ ମିଳିଲା ଆଗୁଆ ଜାମିନ

Advertisment

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଷ୍ଟାଣ୍ଡ୍‌ଅପ କମେଡିଆନ ।

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଷ୍ଟାଣ୍ଡ୍‌ଅପ କମେଡିଆନ ।

କୁନାଲଙ୍କୁ ଆଗୁଆ ଜାମିନ

କୁନାଲଙ୍କୁ ଆଗୁଆ ଜାମିନ Photograph: (kanakNews)

କନକ ବ୍ୟୁରୋ: ଷ୍ଟାଣ୍ଡ୍‌ଅପ କମେଡିଆନ କୁନାଲ କାମରାଙ୍କୁ ସାମାନ୍ୟ ଆଶ୍ବସ୍ତି । କୁନାଲଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ମାଡ୍ରାସ ହାଇକୋର୍ଟ । ସର୍ତ୍ତ ସହ ଜାମିନ ମିଳିଥିବା ଜଣାପଡିଛି । ଆଗୁଆ ଜାମିନ ପାଇଁ ଆବେଦନ କରି କୁନାଲ କହିଥିଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି । ମୁମ୍ବାଇ ଗଲେ ତାଙ୍କୁ ମାରିଦିଆଯିବ ।

ଏନେଇ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାୟର କରିଥିଲେ  ତେବେ ଆବେଦନରେ ସେ ନିଦ୍ଧିଷ୍ଟ ଭାବେ ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀ ନାଁ ନେଇ ଅଭିଯୋଗ କରିଛନ୍ତି । ଏବେ ସୁଦ୍ଧା  ୮ଶହରୁ ଅଧିକ ଥର ତାଙ୍କୁ ହତ୍ୟା କରାଯିବାକୁ ଧମକ ମିଳୁଥିବା ନିଜ ଆବେଦନରେ ଦର୍ଶାଇଛନ୍ତି କୋର୍ଟ । ତେବେ ଶିବସେନା କହିଛି ଗିରଫଦାରୀରୁ ବଞ୍ଚିବା ପାଇଁ କୁନାଲ ଆବେଦନ କରିଛନ୍ତି କିନ୍ତୁ ଯାହାବି ହେଉ କୁନାଲଙ୍କୁ ସିନ୍ଦେଙ୍କୁ କ୍ଷମା ମାଗିବାକୁ ପଡିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe