କନକ ବ୍ୟୁରୋ: ଷ୍ଟାଣ୍ଡ୍ଅପ କମେଡିଆନ କୁନାଲ କାମରାଙ୍କୁ ସାମାନ୍ୟ ଆଶ୍ବସ୍ତି । କୁନାଲଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ମାଡ୍ରାସ ହାଇକୋର୍ଟ । ସର୍ତ୍ତ ସହ ଜାମିନ ମିଳିଥିବା ଜଣାପଡିଛି । ଆଗୁଆ ଜାମିନ ପାଇଁ ଆବେଦନ କରି କୁନାଲ କହିଥିଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି । ମୁମ୍ବାଇ ଗଲେ ତାଙ୍କୁ ମାରିଦିଆଯିବ ।
ଏନେଇ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାୟର କରିଥିଲେ ତେବେ ଆବେଦନରେ ସେ ନିଦ୍ଧିଷ୍ଟ ଭାବେ ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀ ନାଁ ନେଇ ଅଭିଯୋଗ କରିଛନ୍ତି । ଏବେ ସୁଦ୍ଧା ୮ଶହରୁ ଅଧିକ ଥର ତାଙ୍କୁ ହତ୍ୟା କରାଯିବାକୁ ଧମକ ମିଳୁଥିବା ନିଜ ଆବେଦନରେ ଦର୍ଶାଇଛନ୍ତି କୋର୍ଟ । ତେବେ ଶିବସେନା କହିଛି ଗିରଫଦାରୀରୁ ବଞ୍ଚିବା ପାଇଁ କୁନାଲ ଆବେଦନ କରିଛନ୍ତି କିନ୍ତୁ ଯାହାବି ହେଉ କୁନାଲଙ୍କୁ ସିନ୍ଦେଙ୍କୁ କ୍ଷମା ମାଗିବାକୁ ପଡିବ ।