କନକ ବ୍ୟୁରୋ: କୁମ୍ଭ ନଗରୀ ପ୍ରୟାଗରାଜରେ ସାଧୁ-ସନ୍ଥଙ୍କ ଲାଗିଛି  ଗହଳି । ଗୋଟିଏ ଅର୍ଥରେ କହିବାକୁ ଗଲେ କୁମ୍ଭରେ ସାଧୁ ସନ୍ଥଙ୍କ ଅନ୍ୟ ଏକ  ଦୁନିଆ ଦେଖିବାକୁ ମିଳୁଛି । ଏହି ସାଧୁମାନଙ୍କ ମଧ୍ୟରୁ ଜଣେ ସାଧୁ  ଶ୍ରଦ୍ଧାଳୁମାନଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି । ୫୦ ବର୍ଷୀୟ  ବାବା ହରିଶ୍ଚନ୍ଦ୍ର  ବିଶ୍ବବର୍ମା ଙ୍କୁ  ନେଇ ଚର୍ଚ୍ଚା ।  ବାବା ହରିଶ୍ଚନ୍ଦ୍ରଙ୍କୁ ଲୋକେ କବୀରା ବାବାଙ୍କ ନାମରେ ଜାଣନ୍ତି ।  ବାବା  ନିଜ  ସହ ୨୦  କିଲୋର ଲୁହା ଚାବି ଧରି ବୁଲୁଛନ୍ତି । ଯେଉଁଆଡେ ବି ଯାଉଛନ୍ତି  ଏହି ୨୦ କିଲୋ ଚାବି ଧରି  ଯାଉଛନ୍ତି।  ବାବାଙ୍କ କହିବା କଥାଯେ  ଏହି ଚାବି  ଜୀବନ ଏବଂ ଆଧ୍ୟାତ୍ମିକତାର ପ୍ରତିକ । ବାବା  ତାଙ୍କର ଏକ ହାତରେ  ୨୦  କିଲୋ ଚାବି ଧରି  ଭ୍ରମଣ କରୁଛନ୍ତି । ଏହି ଭାରି ଚାବିର ମଧ୍ୟ ଏକ ରହସ୍ୟମୟୀ କାହାଣୀ ଅଛି । ଲୋକେ  ଏହି ବାବାଙ୍କୁ ରହସ୍ୟମୟୀ  ଚାବି ୱାଲା ବାବା ନାମରେ  ମଧ୍ୟ ଜାଣନ୍ତି। ବାବା ହରିଶ୍ଚନ୍ଦ୍ରଙ୍କ ପାଖରେ  ଏକ ରଥ ଅଛି ।  ଏହି ରଥରେ ଖାଲି ଚାବି ଭର୍ତ୍ତି ହୋଇଥିବା ଦେଖିବାକୁ ମଳିଛି ।  ବାବାଙ୍କ ପାଖରେ  ଯେତିକି ଚାବି ରହିଛି ସେ ସବୁ ଚାବିର ଭିନ୍ନ ଭିନ୍ନ କାହାଣୀ ମଧ୍ୟ ରହିଛି । ହରିଶ୍ଚନ୍ଦ୍ର ବାବାଙ୍କ ବିଶେଷତ୍ବ ଏହା ଯେ,  ରଥକୁ ନିଜ ହାତରେ ଟାଣି ଟାଣି ଖାଲି ପାଦରେ ଦେଶ ଭ୍ରମଣ  କରିଥାନ୍ତି।  ଉତ୍ତର ପ୍ରଦେଶର ରାୟବରେଲି ରେ ରହୁନ୍ତି ଚାବି ବାବା ।

Advertisment
baba 22
Photograph: (google)

ପିଲା ବେଳୁ ଆଧ୍ୟାତ୍ମିକତା ପ୍ରତି ଆଗ୍ରହୀ ଥିଲେ ବାବା ହରିଶ୍ଚନ୍ଦ୍ର । ଘରଲୋକଙ୍କ ଡରରେ  କିଛି କହିପାରନ୍ତି ନାହିଁ । କିନ୍ତୁ ୧୬ ବର୍ଷ ଯେତେବେଳେ ହେଲା ସମାଜରେ  ବ୍ୟାପିଥିବା ହିଂସା-ଘୃଣାକୁ ହଟାବାକୁ ପ୍ରତିଜ୍ଞା ନେଇଥିଲେ।  ହରିଶ୍ଚନ୍ଦ୍ର ବିଶ୍ବକର୍ମା  କବୀରପନ୍ଥୀ ବିଚାରଧାରାର । ଏଥିପାଇଁ ଲୋକେ ତାଙ୍କୁ କବୀରା ବାବା ବୋଲି ଡାକିଥାନ୍ତି । ଅଯୋଦ୍ଧାରୁ ଯାତ୍ରା କରି ଏବେ ପ୍ରୟାଗରାଜରେ ପହଞ୍ଚିଛନ୍ତି।  କୁମ୍ବରେ ପହଞ୍ଚଥିବା ବାବାମାନଙ୍କର  କିଛିନା କିଛି  ବିଶେଷତ୍ବ  ରହିଛି। କିଏ ରିକ୍ସା ୱାଲା ବାବା,  କିଏ ଯୋଗୀ ୱାଲା ବାବା,  କିଏ ଘୋଡା ବାଲା ବାବା  ନାମରେ କୁମ୍ଭ ମେଳାରେ ପରିଚିତ।  କିନ୍ତୁ ଚାବି ୱାଲା ବାବାଙ୍କ ନିଜର ଏକ  ଭିନ୍ନ ପରିଚୟ  ସୃଷ୍ଟି କରିଛନ୍ତି । କବୀରା ବାବା  କିଛି ବର୍ଷ ହେବ ନିଜ ହାତରେ ଚାବି ଧରି ବୁଲୁଛନ୍ତି । ଏହି ୨୦ କିଲୋ ଚାବି ସହ ସାରା ଦେଶ  ଭ୍ରମଣ କରିସାରିଲେଣି । ଚାବିକୁ ନେଇ  ବାବା କୁହନ୍ତି  ଏହି ବଡ ଚାବିରେ ଲୋକଙ୍କ ମନରୁ ଅହଙ୍କାରର  ତାଲା  ମୁଁ  ଖୋଲୁଛି ।  ବାବା ନିଜେ ଏହି ଚାବି  ପ୍ରସ୍ତୁତ କରିଥାନ୍ତି ।  ପ୍ରଥମେ ବାବା ସାଇକେଲରେ  ଯାତ୍ରା ଆରମ୍ଭ କରିଥିଲେ । ଏବେ ବାବାଙ୍କ ପାଖରେ ଏକ ରଥ ଅଛି । ଯାହାକୁ  ଟାଣି ଟାଣି ନେଇଥାନ୍ତି ନିଜେ ବାବା ।  ହଜାର ହଜାର କିଲୋମିଟର ଯାତ୍ରା କଲାପରେ ଏବେ କୁମ୍ଭ ନଗରୀରେ ପହଞ୍ଚିଛନ୍ତି ବାବା ହରିଶ୍ଚନ୍ଦ୍ର।