RPSC ରୁ ଇସ୍ତଫା ଦେଲେ  କୁମାର ବିଶ୍ବାସଙ୍କ ପତ୍ନୀ : ପେପରଲିକ୍ ମାମଲାରେ ସାମ୍ନାକୁ ଆସିଥିଲା ନାଁ

ରାଜସ୍ଥାନ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ମଞ୍ଜୁ ଶର୍ମା ନିଜର ଇସ୍ତଫା ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି । ଇସ୍ତଫାରେ ସେ ଲେଖିଛନ୍ତି ଯେ ସେ ନିଜ ଇଚ୍ଛାରେ ସଦସ୍ୟ ପଦରୁ ତ୍ୟାଗପତ୍ର ଦେଉଛନ୍ତି ।

kumar-vishwas

kumar-vishwas Photograph: (google)

କନକ ବ୍ୟୁରୋ : ଲୋକପ୍ରିୟ କବି କୁମାର ବିଶ୍ୱାସଙ୍କ ପତ୍ନୀ ଡକ୍ଟର ମଞ୍ଜୁ ଶର୍ମା ରାଜସ୍ଥାନ ପବ୍ଲିକ୍ ସର୍ଭିସ୍ କମିଶନର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରାଜସ୍ଥାନ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ମଞ୍ଜୁ ଶର୍ମା ନିଜର ଇସ୍ତଫା ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି । ଇସ୍ତଫାରେ ସେ ଲେଖିଛନ୍ତି ଯେ ସେ ନିଜ ଇଚ୍ଛାରେ ସଦସ୍ୟ ପଦରୁ ତ୍ୟାଗପତ୍ର ଦେଉଛନ୍ତି । ତାଙ୍କର କାର୍ଯ୍ୟକାଳ ୧୪ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଥିଲା । ୧୫ ଅକ୍ଟୋବର ୨୦୨୦ରେ ସେ ପଦ ଗ୍ରହଣ କରିଥିଲେ । ରାଜସ୍ଥାନ ହାଇକୋର୍ଟ ଗତ ସପ୍ତାହରେ ସବ୍ ଇନ୍ସପେକ୍ଟର ଭର୍ତ୍ତି ରଦ୍ଦ କରିବାକୁ ନେଇ ପବ୍ଲିକ୍ ସର୍ଭିସ୍ କମିଶନର ତତ୍କାଳୀନ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ । ସବ୍ ଇନ୍ସପେକ୍ଟର ଭର୍ତ୍ତିର ପୂରା ପ୍ରକ୍ରିୟା ମଞ୍ଜୁ ଶର୍ମାଙ୍କ କାର୍ଯ୍ୟକାଳରେ ହିଁ ହୋଇଥିଲା । କମିଶନରର ଦୁଇ ସଦସ୍ୟ ପେପର ଲିକ୍ ଅଭିଯୋଗରେ ପୂର୍ବରୁ ଗିରଫ ହୋଇ ଜେଲ୍ ଯାଇସାରିଛନ୍ତି । ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ ପରେ ତତ୍କାଳୀନ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ବିରୋଧରେ ମଧ୍ୟ ଯାଞ୍ଚ ଆରମ୍ଭ ହେବାର ଆଶା କରାଯାଉଛି । ସଦସ୍ୟ ଏବଂ ପୂର୍ବ ଅଧ୍ୟକ୍ଷଙ୍କ ଉପରେ କଡ଼ା ନଜର ରଖାଯାଇଛି ।

manjusharmarpscnews
manjusharmarpscnews Photograph: (google)

ରାଜ୍ୟପାଳଙ୍କ ନାମରେ ଇସ୍ତଫା ଲେଖି ମଞ୍ଜୁ ଶର୍ମା କହିଛନ୍ତି, "ମୁଁ ନିଜର ପୂରା କାର୍ଯ୍ୟକାଳ ଏବଂ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ସ୍ୱଚ୍ଛତା ଏବଂ ସଚ୍ଚୋଟତାର ସହିତ କାମ କରି ବିତାଇଛି କିନ୍ତୁ ଗତ କିଛିଦିନ ତଳେ ଏକ ଭର୍ତ୍ତି ପ୍ରକ୍ରିୟାରେ ସୃଷ୍ଟି ହୋଇଥିବା ବିବାଦ କାରଣରୁ ମୋର ବ୍ୟକ୍ତିଗତ ସମ୍ମାନ ଏବଂ ପୂରା ଆୟୋଗର ଗରିମା ପ୍ରଭାବିତ ହୋଇଛି । ମୋ ବିରୋଧରେ କୌଣସି ପୁଲିସ ସଂସ୍ଥାନ ଅଥବା କୌଣସି ବି ଯାଞ୍ଚ ଏଜେନ୍ସିରେ କୌଣସି ବି ଯାଞ୍ଚ ବାକି ନାହିଁ ତଥାପି ଆଇନ ଏବଂ ମୋ ସଚ୍ଚୋଟତା ଉପରେ ମୋର ସଂପୂର୍ଣ୍ଣ ବିଶ୍ବାସ ଅଛି । ଆୟୋଗର ଗରିମା ଏବଂ ସ୍ୱଚ୍ଛତାକୁ ସର୍ବୋପରି ମାନି ମୁଁ ସ୍ୱଇଚ୍ଛାରେ ରାଜସ୍ଥାନ ଲୋକ ସେବା ଆୟୋଗର ସଦସ୍ୟ ପଦରୁ ନିଜର ତ୍ୟାଗପତ୍ର ଦେଉଛି ।" 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe