କନକ ବ୍ୟୁରୋ : ଗାୟକ କୁମାର ସାନୁ ସଂଗୀତ ଦୁନିଆରେ ଏକ ଚର୍ଚ୍ଚିତ ନାମ । ହେଲେ ଏବେ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚା ପଛରେ ତାଙ୍କ ପୂର୍ବ ପତ୍ନୀଙ୍କ ସଂଗିନ ଅଭିଯୋଗ ରହିଛି । ଏକ ରିୟଲିଟି ସୋ'ରେ ତାଙ୍କ ପୂର୍ବ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଆପଣଙ୍କୁ କନ୍ଦାଇ ଦେବ । ରୀତା କହିଛନ୍ତି କି, ଛାଡ଼ପତ୍ର ପରେ କୁମାର ସାନୁ ତାଙ୍କୁ ଗୋଟିଏ ବି ଟଙ୍କା ଦେବାକୁ ଇଚ୍ଛା କରିନଥିଲେ । ହେଲେ ଶିବସେନା ମୁଖ୍ୟ ବାଲ ଠାକେରଙ୍କୁ ଭେଟିବା ପରେ ସବୁକିଛି ବଦଳି ଯାଇଥିଲା । 

Advertisment

ବାଲ୍ ଠାକରେଙ୍କ ହସ୍ତକ୍ଷେପ ପରେ କୁମାର ସାନୁ ନିଜର ବଙ୍ଗଳା ରୀତା ଭଟ୍ଟାଚାର୍ଯ୍ୟଙ୍କୁ ଦେଇଥିଲେ । ରୀତା ସେତେବେଳେ ଗର୍ଭବତୀ ଥିଲେ । ରୀତା କହିଛନ୍ତି କି, ହଠାତ ଛାଡପତ୍ର ତାଙ୍କୁ ସ୍ତବ୍ଧ କରିଦେଇଥିଲା । ସେ ଅଭିଯୋଗ କରିଛନ୍ତି କି, କୁମାର ସାନୁ ସେତେବେଳେ ତାଙ୍କୁ ପ୍ରତାଡ଼ିତ କରିଥିଲେ । ଖାଦ୍ୟ ଓ ଔଷଧ ଦେବାକୁ ମଧ୍ୟ ମନା କରିଥିଲେ । କେବଳ ଦୈନିକ ୧୦୦ ଟଙ୍କା ଦେଉଥିଲେ ।  ସେତିକିରେ ଘର ଚଳୁନଥିବାରୁ ବାଧ୍ୟ ହୋଇ ସେ ବିଭିନ୍ନ ସ୍ଥାନରୁ ଖାଦ୍ୟ ଚୋରି କରୁଥିଲେ । ଏହାସହ କୁମାର ସାନୁ କେବଳ ବଙ୍ଗଳା ରୀତାଙ୍କୁ ଦେଇଥିଲେ । ହେଲେ ବଙ୍ଗଳାରେ ଲାଗିଥିବା ଫ୍ୟାନ ଓ ମାଇକ୍ରୋ ୱେଭ୍ ମଧ୍ୟ କାଢି ନେଇଥିଲେ ।

ରୀତା କହିଛନ୍ତି କି, ତାଙ୍କ ଛାଡ଼ପତ୍ର ମାମଲା ୮ ବର୍ଷ ଚାଲଇଥିଲା । ସେପର୍ଯ୍ୟନ୍ତ ସେହି ବଙ୍ଗଳାରେ ସେ ରହୁଥିଲେ । ହେଲେ କୁମାର ସାନୁ ବଙ୍ଗଳାରୁ ବିଦ୍ୟୁତ୍ କନେକସନ ବିଛିନ୍ନ କରିଦେଇଥିଲେ । ବାକି ଆଜି ରୀତା ଯେଉଁ ପରିସ୍ଥିତିରେ ଜୀବନ ବିତାଉଛନ୍ତି ତା ପଛରେ ବାଲ ଠାକରେଙ୍କ ସହଯୋଗ ଥିବା ସେ କହିଛନ୍ତି ।