କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଛି । ହାଇଭୋଲ୍ଟେଜ ଏସିଆ କପ୍ ଫାଇନାଲ । ଏହି ମ୍ୟାଚରେ କୁଲଦୀପ ଯାଦବ କମାଲ କରିଛନ୍ତି । କୁଲଦୀପ ୪ ଓ୍ୱିକେଟ ନେଇଛନ୍ତି । ଫଳରେ ପାକିସ୍ତାନ ୧୪୬ ରନରେ ଅଲଆଉଟ ହୋଇଯାଇଛି । ଏବେ ଭାରତକୁ ଜିତିବା ପାଇଁ ୧୪୭ ରନର ବିଜୟ ଲକ୍ଷ୍ୟ ପୂରା କରିବାକୁ ହେବ । ଦଳ ଏହି ବିଜୟ ଲକ୍ଷ୍ୟ ପୂରଣ କରି ଏସିଆ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି ।
ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପାକିସ୍ତାନ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ଦୁଇ ଓପନର ଚମତ୍କାର ବ୍ୟାଟିଂ ଆରମ୍ଭ କରିଥିଲେ । ଦଳ ପକ୍ଷରୁ ସାହିବଜାଦା ଫରହାନ ୫୭ ଓ ଫକର ଜମାନ ୪୬ ରନ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ଫଳରେ ଦଳ ୧୯ ଓଭର ୧ ବଲ ଖେଳି ୧୪୬ ରନ କରିଥିଲା । ଭାରତ ପକ୍ଷରୁ କୁଲଦୀପ ୪ ଓ୍ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ଯଶପ୍ରିତ ବୁମରାହ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/09/28/g18hcctw8aewlx6-2025-09-28-22-01-03.jpg)