କନକ ବ୍ୟୁରୋ : ଭଂଜନଗର ଉପଖଣ୍ଡ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ଅଧିକାରୀ । ୬ଟି ବହୁତଳ କୋଠା, ୫ଟି ପ୍ଳଟ୍, ୨୪ ଲକ୍ଷ ଜମା,  ୨୦୦ ଗ୍ରାମ୍‌ ସୁନା ଜବତ କରିଛି ଭିଜିଲାନ୍ସ ଟିମ୍ ।  ଭଞ୍ଜନଗରରେ ରହିଛି ୨ କୋଟି ୩୦ ଲକ୍ଷ ଟଙ୍କାର କୋଠା । ବ୍ରହ୍ମପୁରରେ ୨ କୋଟି ୪୦ ଲକ୍ଷ ଟଙ୍କାର କୋଠା ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ କରି ପାଖପାଖି ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ।
Advertisment
ଗତ କିଛି ଦିନ ହେବ ଭିଜିଲ୍ଲାନ୍ସ ସ୍କାନରେ ଥିଲେ ପ୍ରସନ୍ନ ସ୍ୱାଇଁ । ହଠାତ ଗତକାଲି ସକାଳୁ ପ୍ରସନ୍ନଙ୍କ ଘରକୁ ଆସିଥିଲେ ଭିଜିଲାନ୍ସର ୭ଜଣିଆ ଟିମ୍ । ଦୀର୍ଘ ୧୫ ବର୍ଷ ହେବ ଭଂଜନଗର ଜଳସେଚନ ବିଭାଗରେ ରହି ସବୁ ଖୋଳ କରି ଚାଲିଥିଲେ । ୩ ରୁ ୪ ଜଣ କର୍ମଚାରୀ ସମ୍ପୁର୍ଣ୍ଣ ରୁପେ ଜଳସେଚନ ବିଭାଗ ଉପଖଣ୍ଡ କାର୍ୟ୍ୟାଳୟକୁ ନିଜ ନିୟନ୍ତ୍ରଣରେ ରଖିଥିବା ଅଭିଯୋଗ ହୋଇଛି । କୁହାଯାଉଛି କି ବାବୁଙ୍କ ମୁଣ୍ଡରେ ଥିଲା ବଡ଼ବଡ଼ିଆ ରାଜନେତାଙ୍କ ହାତ ।
ବାବୁ ଜଣକ ୨୦୦୩ରେ ଠିକା ନିଯୁକ୍ତି ପାଇଥିଲେ । ଖରିଆର ଇନ୍ଦିରା କେନାଲ ଡ଼ିଭିଜନରେ କାର୍ୟ୍ୟ ଆରମ୍ଭ କରିଥିଲେ । ୨୦୧୦ରେ ଭଞ୍ଜନଗରକୁ ତାଙ୍କର ବଦଳି ହୋଇଥିଲା । ୨୦୧୩ରେ ପଦୋନ୍ନତି ହୋଇ ସହକାରୀ ଯନ୍ତ୍ରୀ ଭାବେ ୧୪ ବର୍ଷ ଭଞ୍ଜନଗର ଡିଭିଜନରେ ଚାକିରି କରିଥିଲେ । ଏବେ ବାବୁଙ୍କ ସମ୍ପତ୍ତି ଦେଖି ଛାନିଆ ଭିଜିଲାନ୍ସ ବିଭାଗ ।