କନକ ବ୍ୟୁରୋ : ଖରା ଆରମ୍ଭରୁ ରାଜଧାନୀକୁ ଘାରିଲାଣି ପିଇବା ପାଣି ଚିନ୍ତା। ଭୂତଳ ଜଳସ୍ତର ଖସୁଥିବା ବେଳେ କୁଆଖାଇ ନଦୀ ପାଣି ଭରସାରେ ଅଧା ଭୁବନେଶ୍ବର। ମାତ୍ର ଯେଉଁଠୁ ଜଳ ଯୋଗାଇ ଦିଆଯାଉଛି ସେଠାକାର ସ୍ଥିତି ଦେଖିଲେ ଆପଣ ବି ଆଶ୍ଚର୍ୟ୍ୟ ହୋଇଯିବେ।
ଭୁବନେଶ୍ୱର କୁଆଖାଇ ନଦୀର। ଯାହା ଉପରେ ନିର୍ଭରଶୀଳ ଅଧା ରାଜଧାନୀ। ନଦୀର ଅଧିକାଂଶ ଅଞ୍ଚଳ ଶୁଖିଲା ପଡ଼ିଛି। ପ୍ଲାଷ୍ଟିକ୍ ଆବର୍ଜନାରେ ଭରିଯାଇଛି। ବାଲି ବନ୍ଧ କରି ଗୋଟିଏ ପାର୍ଶ୍ବରେ ଅଟକାଯାଇଛି ପାଣି। ଆଉ ଏହିଠାରୁ ହିଁ ସହରକୁ ଯୋଗାଇ ଦିଆଯାଉଛି ପିଇବା ପାଣି। ଗ୍ରୀଷ୍ମ ଆରମ୍ଭରୁ ଏଭଳି ସ୍ଥିତି ଉପୁଜିଥିବା ବେଳେ ଆଗକୁ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଅଧିକ ପଢ଼ନ୍ତୁ :ମହାମାରୀ ପରି ବ୍ୟାପୁଛି କିଡ୍ନି ରୋଗ; ପିଇବା ପାଣି ସାଜୁଛି ଘାତକ
ବର୍ଷା ଋତୁରେ ନଦୀରେ ପାଣି ଭରି ରହିଥାଏ। ମାତ୍ର କୌଣସି ଆନିକଟ କି ବ୍ୟାରେଜ୍ ନଥିବାରୁ ବର୍ଷା ପରେ ପରେ ସମୁଦ୍ରକୁ ବହିଯାଏ ସବୁ ପାଣି। ଆଉ ଏମିତି ଶୁଖିଲା ପଡ଼େ ନଦୀ ଗର୍ଭ। ଏବେ ଯେତିକି ପାଣି ଅଛି ତାକୁ ବାଲି ବନ୍ଧ ଦ୍ବାରା ଅଟକାଇ ରଖାଯାଇଛି। ଏଭଳି ସ୍ଥିତିରେ ଯଦି ବାଲିବନ୍ଧ ଭାସିଯାଏ କିମ୍ବା ଭୁଶୁଡ଼ିଯାଏ ତାହେଲେ ଜଳ ଯୋଗାଣ ପାଇଁ କେଉଁଠୁ ଆସିବ ପାଣି ସେ ନେଇ ପ୍ରଶ୍ନ ଉଠିଛି।
Follow Us