କନକ ବ୍ୟୁରୋ: ବିଜେଡି ସରକାର ଉପରେ ବର୍ଷିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖାଦ୍ୟ କମିଶନରଙ୍କ ନିଯୁକ୍ତିକୁ ନେଇ ପୂର୍ବ ସରକାରର ଆଭିମୁଖ୍ୟକୁ ନେଇ ଖୋଲିଲେ ପୋଲ । ବୁଧବାର ବିଧାନସଭାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଜ୍ଞାନ ନଥିବା ବ୍ୟକ୍ତିଙ୍କୁ କମିଶନ ଭାବେ ବସାଇଛନ୍ତି ବିଜେଡି ସରକାର । ଅଣ ଓଡ଼ିଆ ଅଫିସରଙ୍କୁ ଯିଏ ଖୁସି କରିପାରୁଥିଲା ସେ ବ୍ୟକ୍ତିଙ୍କୁ ବସାଇଛନ୍ତି । ଖାଲି ସେତିକି ନୁହେଁ, ଏହି ବ୍ୟକ୍ତି ଜଣକ ଚୋରା କୋଇଲା ବ୍ୟବସାୟ କରୁଛି, ପାଉଁଶ ଉଠାଣରେ ଲିପ୍ତ ରହି ପଦବୀର ଅପବ୍ୟବହାର କରି ଲୁଟିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

ଅନ୍ୟପଟେ କମିଶନର ଜଣେ ମୁଖ୍ୟ ଶାସନ ସଚିବଙ୍କ କ୍ଷମତା ଅଧିକାରୀ ହୋଇଥାନ୍ତି କିନ୍ତୁ ବିଜେଡି ସରକାର ଏହି ପଦରେ ଜଣେ ଚୋର ,ଡକାୟତ ଓ ଠକକୁ କିପରି ବସାଇଲେ ଏବଂ ଜଣେ ବିଏ ପାସ କରିଥିବା ଲୋକକୁ କେମିତି କମିଶନର ଜାଗାରେ ବସାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । 

ତା ସହ ଏତେ ଭଲ ଭଲ ବ୍ୟକ୍ତି କମିଶନ ପାଇଁ ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ବାଦ୍ ଦେଇଥିଲେ ପୂର୍ବ ସରକାର । ତେଣୁ ସେ ଗୃହକୁ ଆଶ୍ୱସ୍ତି ଦେଇ କହିଛନ୍ତି ଯେ, ସେ ଏକ କମିଟି ବସାଇବେ, ଆଉ ତଦନ୍ତ କରି ନିଯୁକ୍ତିରେ ତ୍ରୁଟି ଥିଲେ ବିତାଡିତ କରିବି ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ ମନ୍ତ୍ରୀଙ୍କୁ କାଉଣ୍ଟର କରି କହିଛନ୍ତି, ମନ୍ତ୍ରୀ ମାଲିକ ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ବାହାର କରିପାରିବେ କି ?