କେତେ କଷ୍ଟ ସହିବ କୃଷ୍ଣପୁର? Photograph: (kanakNews)
କନକ ବ୍ୟୁରୋ: ବୋଲଗଡ଼ ବ୍ଲକର କୃଷ୍ଣପୁର ଗାଁ। ପ୍ରାୟ ୭୦ରୁ ୮୦ ପରିବାର ବସବାସ କରନ୍ତି। ଝାଟିମାଟି ନୁଆଁମାଣି ଘରେ ଲୋକଙ୍କ ଜୀବନ ବିତୁଛି। ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧା ଗାଁ ଲୋକଙ୍କ ପାଇଁ ସାତସପନ ପାଲଟିଛି। ବିକାଶର ବୁନ୍ଦାଏ ଛିଟା ପାଇଁ ଅପେକ୍ଷାରେ ଅଛନ୍ତି ଗ୍ରାମବାସୀ। ଏବେ ବି ମାଟି ରାସ୍ତାରେ ଯାତାୟତ କରିବାକୁ ପଡୁଛି ।
ଅସରାଏ ବର୍ଷା ହେଲେ ରାସ୍ତା କାଦୁଅ ପଚପଚ ହୋଇଯାଏ। ବର୍ଷା ଦିନେ କାହା ଦେହ ଖରାପ ହେଲେ ଖଟିଆରେ ୧ କିମି ବୁହିବାକୁ ପଡ଼େ। କାରଣ ଗାଁକୁ ଆସିପାରେ ନାହିଁ ଆମ୍ବୁଲାନ୍ସ। କୃଷ୍ଣପୁରବାସୀ ଗାଁର ପାନୀୟ ଜଳ ବ୍ୟବସ୍ଥା ଆହୁରି ଶୋଚନୀୟ । ଗୋଟିଏ ନଳକୂପ ଅଛି, ଯାହା ଅଧା ଦିନ ଖରାପ। ଫଳରେ ଦୂଷିତ ନାଳ ପାଣି ଗାଁ ଲୋକଙ୍କ ଶେଷ ଭରସା । ନିର୍ବାଚନ ସମୟରେ ଗାଁକୁ ନେତା ଓ ବାବୁ ଆସନ୍ତି। ଗାଁ ସମସ୍ୟା ସୁଧାରିବା ନେଇ ବଡ଼ବଡ଼ିଆ ବାବୁମାନେ ବଡ଼ବଡ଼ କଥା କୁହନ୍ତି। ହେଲେ ଭୋଟ ସରିଗଲେ ସବୁ ସରିଯାଏ। ପ୍ରତିଶ୍ରୁତି ସବୁ ପାଣି ଫୋଟକା ଭଳି ମିଳେଇଯାଏ।
Follow Us