ଶାନ୍ତି ଆଲୋଚନା ପାଇଁ ଜେଲେନସ୍କିଙ୍କୁ ମସ୍କୋ ନିମନ୍ତ୍ରଣ କଲା ରୁଷ୍‌, ଆବୁଧାବିରେ ହେବ ଆମେରିକା ନେତୃତ୍ବାଧୀନ ଶାନ୍ତି ଆଲୋଚନା

Advertisment

ରୁଷ୍‌- ୟୁକ୍ରେନ୍‌ ମଧ୍ୟରେ ଚାରି ବର୍ଷ ହେଲା ଯୁଦ୍ଧ ଚାଲିଥିବାବେଳେ ଶାନ୍ତି ଆଲୋଚନା ପାଇଁ କ୍ରେମଲିନ୍‌ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର୍‌ ଜେଲେନସ୍କିଙ୍କୁ ମସ୍କୋ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

ରୁଷ୍‌- ୟୁକ୍ରେନ୍‌ ମଧ୍ୟରେ ଚାରି ବର୍ଷ ହେଲା ଯୁଦ୍ଧ ଚାଲିଥିବାବେଳେ ଶାନ୍ତି ଆଲୋଚନା ପାଇଁ କ୍ରେମଲିନ୍‌ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର୍‌ ଜେଲେନସ୍କିଙ୍କୁ ମସ୍କୋ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

Zelenskyy

Zelenskyy Photograph: (KanakNews)

କନକ ବ୍ୟୁରୋ: ରୁଷ୍‌- ୟୁକ୍ରେନ୍‌ ମଧ୍ୟରେ ଚାରି ବର୍ଷ ହେଲା ଯୁଦ୍ଧ ଚାଲିଥିବାବେଳେ ଶାନ୍ତି ଆଲୋଚନା ପାଇଁ କ୍ରେମଲିନ୍‌ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର୍‌ ଜେଲେନସ୍କିଙ୍କୁ ମସ୍କୋ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ରୁଷ୍‌- ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ ଆମେରିକା ନେତୃତ୍ବରେ ଶାନ୍ତି ଆଲୋଚନା ଚାଲିଥିବାବେଳେ ରୁଷ୍‌ ଏହି ପ୍ରସ୍ତାବ ଦେଇଛି । ଦୁଇ ଦେଶ ଯୁଦ୍ଧ ମୃତକଙ୍କ ସଦ୍ୟତମ ଆଦାନପ୍ରଦାନ କରିବା ପରେ ଏବଂ ମସ୍କୋ ଏବଂ କିବ୍‌ ପରସ୍ପରର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଥିବା ଗୁଜବ ଉପରେ ମନ୍ତବ୍ୟ ଦେବାକୁ ମନା କରିଦେବାର କିଛି ଘଣ୍ଟା ପରେ କ୍ରେମଲିନ୍ ଏହାର ବିବୃତ୍ତି ରଖିଛି। ଗତ ସପ୍ତାହନ୍ତରେ ଆବୁଧାବିରେ ୱାସିଂଟନ ମଧ୍ୟସ୍ଥତାରେ ଶାନ୍ତି ଆଲୋଚନାରେ ଅଗ୍ରଗତି ହୋଇଥିଲେ ମଧ୍ୟ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଗଭୀର ମତଭେଦ ଜାରି ରହିଛି । ଅନ୍ୟପକ୍ଷରେ ଦୁଇ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ଏବେବି ଜାରି ରହିଛି । ରୁଷ୍‌ର ଘନ ଘନ ଆକ୍ରମଣ ଯୋଗୁ କିବ୍‌ ସମ୍ପ୍ରତି ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ସହିତ ଲଢ଼ୁଛି । ଆମେରିକୀୟ ଅଧିକାରୀ ଶନିବାର ଦିନ ଆକ୍ସିଓସକୁ କହିଥିଲେ ଯେ, ଜେଲେନସ୍କି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ମଧ୍ୟସ୍ଥତାରେ ଆଲୋଚନା ପରେ ଦୁଇଜଣଙ୍କ ମଧ୍ୟରେ ବୈଠକ କରିବାକୁ ରାଜି ଥବା କହିଛନ୍ତି ।

ଅଧିକ ପଢନ୍ତୁ:  ୟୁକ୍ରେନର ଦୁଇ ବଡ଼ ସହରରେ ରୁଷ୍‌ର ଘନଘନ କ୍ଷେପଣାସ୍ତ୍ର ମାଡ଼

ଅନ୍ୟପକ୍ଷରେ ରବିବାର ଆବୁ ଧାବିଠାରେ ରୁଷ୍‌ ଓ ୟୁକ୍ରେନ୍‌ ପ୍ରତିନିଧିଙ୍କ ମଧ୍ୟରେ ପୁଣି ଥରେ ଆଲୋଚନା ହେବାକୁ ଯାଉଛି । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ୟୁରୋପର ସବୁଠୁ ବଡ଼ ଯୁଦ୍ଧ ଶେଷ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶାନ୍ତି ଚୁକ୍ତି କରିବାକୁ ଦୁଇ ଦେଶ ଉପରେ ଚାପ ପକାଉଛନ୍ତି । ମଙ୍ଗଳବାର ଟ୍ରମ୍ପ କହିଥିଲେ, ଆଗକୁ ବହୁତ ଭଲ ଜିନିଷ ହେବାକୁ ଯାଉଛି । ତେବେ କିଏ କେଉଁ ଅଞ୍ଚଳ ନିଜ ଅକ୍ତିଆରରେ ରଖିବ, ଯୁଦ୍ଧ ପରବର୍ତ୍ତୀ ୟୁକ୍ରେନରେ ଅନ୍ତର୍ଜାତୀୟ ଶାନ୍ତି ସେନା କିମ୍ବା ପର୍ଯ୍ୟବେକ୍ଷକଙ୍କ ସମ୍ଭାବ୍ୟ ଉପସ୍ଥିତି ଏବଂ ରୁଷ-ନିୟନ୍ତ୍ରିତ ଜାପୋରିଝିଆ ପରମାଣୁ ଶକ୍ତି କେନ୍ଦ୍ରର ଭାଗ୍ୟ କ’ଣ ରହିବ ସେ ନେଇ ଦୁଇ ଦେଶ ମଧ୍ୟରେ ସହମତି ହୋଇପାରି ନାହିଁ। କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସକୋଭ୍ ଗୁରୁବାର ଇଣ୍ଟରଫ୍ୟାକ୍ସ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ, ଜେଲେନସ୍କିଙ୍କୁ ମସ୍କୋ ଆସିବା ପାଇଁ ନିମନ୍ତ୍ରଣର ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ ।

ଗତବର୍ଷ ଜେଲେନସ୍କି ଏକ ସମାନ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ, ସେ ଏପରି ଏକ ଦେଶର ରାଜଧାନୀକୁ ଯାଇପାରିବେ ନାହିଁ ଯିଏ ପ୍ରତିଦିନ ତାଙ୍କ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼ କରୁଛି। ଅନ୍ୟପକ୍ଷରେ ପୁଟିନଙ୍କୁ କିବ୍‌ ଆସିବାକୁ ଜେଲେନସ୍କି ପରାମର୍ଶ ଦେଇଥିଲେ । କ୍ରେମଲିନ୍ ବୈଦେଶିକ ନୀତି ସହାୟକ ୟୁରି ଉସାକୋଭ୍ ବୁଧବାର କହିଛନ୍ତି ଯେ, ପୁଟିନ ଏବଂ ଜେଲେନସ୍କିଙ୍କ ମଧ୍ୟରେ ଯେକୌଣସି ବୈଠକ ଭଲ ଭାବରେ ପ୍ରସ୍ତୁତ ଏବଂ ଫଳାଫଳ ଭିତ୍ତିକ ହେବା ଆବଶ୍ୟକ। ସେ କହିଛନ୍ତି ଯେ, ଜେଲେନସ୍କି ମସ୍କୋ ଆସିଲେ ତାଙ୍କ ସୁରକ୍ଷା ସୁନିଶ୍ଚିତ ହେବ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବୁଧବାର କହିଥିଲେ, କିଏ କେଉଁ ଅଞ୍ଚଳ ପାଇବ ସେ ନେଇ ଦୁଇ ପକ୍ଷ ମଧ୍ୟରେ ରହିଥିବା ମତଭେଦ ସମାଧାନ କରିବା ଅତ୍ୟନ୍ତ କଷ୍ଟକର ଥିଲା ।

ୟୁକ୍ରେନୀୟ ସୈନ୍ୟ ପ୍ରାୟ ୨୦% ଡୋନେଟ୍ସକ ଅଞ୍ଚଳରୁ ପ୍ରତ୍ୟାହାର କରୁ ବୋଲି ରୁଷ୍‌ ଚାହୁଛି । ଅନ୍ୟପକ୍ଷରେ କିବ୍‌ ମସ୍କୋକୁ ଏହାର ଅଞ୍ଚଳ ଉପହାର ଭାବେ ଦେବାକୁ ଚାହୁନାହିଁ। ଏହା ଭବିଷ୍ୟତରେ ରୁଷ ସୈନ୍ୟବାହିନୀ ପାଇଁ ୟୁକ୍ରେନରେ ଅଧିକ ଭିତରକୁ ପ୍ରବେଶ କରିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଇ ବୋଲି ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି। ଉସାକୋଭ୍‌ ଗୁରୁବାର କହିଥିଲେ ଯେ, କେବଳ କିଏ କେଉଁ ଅଞ୍ଚଳ ଦଖଲ କରିବ ଆଲୋଚନା ପାଇଁ ତାହା କେବଳ ଗୋଟିଏ ମାତ୍ର ପ୍ରମୁଖ ପ୍ରସଙ୍ଗ ହୋଇ ରହିନାହିଁ । ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି, ଚୁକ୍ତି ମାଧ୍ୟମରେ ଆମେରିକା ୟୁକ୍ରେନ୍‌କୁ କୌଣସି ପ୍ରକାରର ସୁରକ୍ଷା ଗ୍ୟାରେଣ୍ଟି ଦେଇପାରିବ ନାହିଁ । ୟୁକ୍ରେନ୍‌ରେ ବର୍ତ୍ତମାନ କ୍ଷମତାରେ ଥିବା ନେତୃବୃନ୍ଦଙ୍କୁ ସୁରକ୍ଷିତ ରଖିବାକୁ ଧ୍ୟାନରେ ରଖି ଯେକୌଣସି ଚୁକ୍ତି କଲେ ତାହା ଦୀର୍ଘ ସ୍ଥାୟୀ ହୋଇପାରିବନାହିଁ ବୋଲି ଲାଭରୋଭ କହିଛନ୍ତି। ସେହିପରି ଦକ୍ଷିଣ ରୁଷ୍‌ର ଚେଚନ୍ୟାର ନେତା ରମଜାନ୍‌ କାଦିରୋଭ୍‌ ଶାନ୍ତି ନୁହେଁ, ବରଂ ଅଧିକ ଯୁଦ୍ଧ ହେଉ ବୋଲି କହିଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe