କୋରାପୁଟ ଆଦିବାସୀଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି କୋଟପାଡ଼ ଶାଢ଼ି, ରାଜ୍ୟ ଓ ରାଜ୍ୟ ବାହାରେ ବି ଜମୁଛି ବ୍ୟବସାୟ

Advertisment

କେବଳ ଶାଢ଼ୀ ନୁହେଁ ଏହି କାରିଗର ମାନେ କୋଟପାଡ଼ ଡିଜାଇନର ବିଭିନ୍ନ ପ୍ରକାରର ଓଢ଼ଣି, ଗାମୁଛା, ଧୋତି, ଭିନ୍ନ ଭିନ୍ନ ପୋଷାକପତ୍ର ମଧ୍ୟ ପ୍ରସ୍ତୁତ କରୁଛନ୍ତି । କୋରାପୁଟ ସମେତ ରାଜ୍ୟ ଏବଂ ରାଜ୍ୟ ବାହାର ବିଭିନ୍ନ ମେଳା ମହୋତ୍ସବରେ କୋଟପାଢ଼ ଶାଢ଼ୀ ଷ୍ଟଲ୍ ଲାଗୁଥିବା ବେଳେ ଗ୍ରାହକ ମଧ୍ୟ ବେଶ ଭିଡ଼ ଜମାଉଛନ୍ତି। 

କେବଳ ଶାଢ଼ୀ ନୁହେଁ ଏହି କାରିଗର ମାନେ କୋଟପାଡ଼ ଡିଜାଇନର ବିଭିନ୍ନ ପ୍ରକାରର ଓଢ଼ଣି, ଗାମୁଛା, ଧୋତି, ଭିନ୍ନ ଭିନ୍ନ ପୋଷାକପତ୍ର ମଧ୍ୟ ପ୍ରସ୍ତୁତ କରୁଛନ୍ତି । କୋରାପୁଟ ସମେତ ରାଜ୍ୟ ଏବଂ ରାଜ୍ୟ ବାହାର ବିଭିନ୍ନ ମେଳା ମହୋତ୍ସବରେ କୋଟପାଢ଼ ଶାଢ଼ୀ ଷ୍ଟଲ୍ ଲାଗୁଥିବା ବେଳେ ଗ୍ରାହକ ମଧ୍ୟ ବେଶ ଭିଡ଼ ଜମାଉଛନ୍ତି। 

SOUMYA  - 2026-

କନକ ବ୍ୟୁରୋ : ରାଜଧାନୀ ବାସୀଙ୍କ ମନ ଜିଣୁଛି ଆଦିବାସୀ ଭାଇ ଭଉଣୀଙ୍କ ହାତ ତିଆରି କୋଟପାଡ଼ ଶାଢ଼ୀ। ଷ୍ଟଲ ପାଖରେ  ଗ୍ରାହକଙ୍କ ଖଚାଖଚ୍ ଭିଡ। ବ୍ୟବସାୟ କରି ଗୁଜରାଣ ମେଣ୍ଟାଇବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଉଭୟ ପୁରୁଷ ଓ ମହିଳା। ଆଦିବାସୀ ମେଳା ଅବସରରେ ହ୍ୟାଙ୍ଗରରେ ଟଙ୍ଗା ହୋଇଥିବା ଶାଢ଼ୀ  ଗୁଡ଼ିକ ହେଉଛି କୋରାପୁଟର କୋଟପାଡ଼ ଶାଢ଼ି ।  ନିଜର କୌଳିକ ବୃତ୍ତିକୁ ଆପଣାଇ ପାରମ୍ପାରିକ କୋଟପାଡ଼ ଶାଢ଼ୀର ବ୍ୟବସାୟ କରି ନିଜେ ଭଲ ରୋଜଗାର କରିବା ସହିତ କିଛି ମହିଳାଙ୍କୁ ମଧ୍ୟ ସ୍ବାବଲମ୍ବୀ କରିପାରିଛନ୍ତି। କେବଳ ଶାଢ଼ୀ ନୁହେଁ ଏହି କାରିଗର ମାନେ କୋଟପାଡ଼ ଡିଜାଇନର ବିଭିନ୍ନ ପ୍ରକାରର ଓଢ଼ଣି, ଗାମୁଛା, ଧୋତି, ଭିନ୍ନ ଭିନ୍ନ ପୋଷାକପତ୍ର ମଧ୍ୟ ପ୍ରସ୍ତୁତ କରୁଛନ୍ତି । କୋରାପୁଟ ସମେତ ରାଜ୍ୟ ଏବଂ ରାଜ୍ୟ ବାହାର ବିଭିନ୍ନ ମେଳା ମହୋତ୍ସବରେ କୋଟପାଢ଼ ଶାଢ଼ୀ ଷ୍ଟଲ୍ ଲାଗୁଥିବା ବେଳେ ଗ୍ରାହକ ମଧ୍ୟ ବେଶ ଭିଡ଼ ଜମାଉଛନ୍ତି। 

ଅଧିକ ପଢ଼ନ୍ତୁ :କୋଟପାଡ଼ର ମିରିଗାନୀ ଶାଢିକୁ ନେଇ ବିବାଦ: ଶାଢିର ଡ଼ୁପ୍ଲିକେଟ୍ କରି ବଜାର ଓ ଅନଲାଇନରେ ବିକ୍ରି ହେଉଥିବା ଅଭିଯୋଗ

 କୋଟପାଢ଼ ଶାଢ଼ୀର ବିଶେଷତ୍ୱ ହେଉଛି ଏହାର ରଙ୍ଗ। ବରଗଡ଼ ଜିଲାରୁ କଞ୍ଚାମାଲ ଭାବେ କଟନ ସୂତା ଅଣାଯାଉଥିବା ବେଳେ ପଡ଼ୋଶୀ ଛତିଶଗଡ଼ରୁ ଅଣାଯାଏ ଟସର ସୂତା। ‘ଆଲ୍ ଗଛ’ ବା ‘ଆଲଡେର’ ଗଛର ଛାଲିରୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି ପ୍ରଥମେ ଏହି ସୂତାକୁ ରଙ୍ଗିନ କରାଯାଏ। ଏଥିସହିତ ଗାଈ ଗୋବର, ଜଡ଼ାତେଲ, ହରିଡ଼ା, ବାହାଡ଼ା, ହୀରକୋଶି, ଲୁହାଜଙ୍କ, ପାଉଁଶ ଇତ୍ୟାଦି ପ୍ରାକୃତିକ ସାମଗ୍ରୀର ମଧ୍ୟ ଆବଶ୍ୟକ ପଡ଼ିଥାଏ। ଏହି ଶାଢ଼ୀକୁ ଶରୀର ପାଇଁ ବେଶ୍ ଉପକାରୀ ବୋଲି କୁହାଯାଏ। ବଜାରରେ କୋଟପାଡ଼ ଶାଢ଼ିର ଦାମ୍ ୯ହଜାରରୁ ଆରମ୍ଭ କରି ୨୧ ହଜାର  ପର୍ଯ୍ୟନ୍ତ  ରହିଥାଏ।  ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ତିଆରି ଏହି ଶାଢିର ଚାହିଦା ରାଜ୍ୟ, ଦେଶ ତଥା ଦେଶ ବାହାରରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିପାରିଛି। ସରକାରୀ ସହାୟତା ଏବଂ ନିଜର ପାରମ୍ପରିକ ଶୈଳୀକୁ ଆଧାର କରି କୋରାପୁଟର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe