କନକ ବ୍ୟୁରୋ : କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଅଦା ଓ କଳାଜିରା ଚାଉଳ ଅନ୍ୟ ରାଜ୍ୟକୁ ରପ୍ତାନି କରାଯାଇଛି । ସ୍ଵେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ଆନୁକୁଲ୍ୟରେ ଜୈବିକ ଶ୍ରୀ ଏବଂ କୃଷି ଉତ୍ପାଦକ କମ୍ପାନୀ ଦ୍ବାରା କର୍ଣ୍ଣାଟକ, ପଞ୍ଜାବ ଏବଂ ହରିଆଣା ରାଜ୍ୟକୁ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଅଦା ଏବଂ କଳାଜିରା ଚାଉଳ ପଠାଯାଉଛି ।
ଅଧିକ ପଢନ୍ତୁ : ଲାଗିଲା ରପ୍ତାନି କଟକଣା, ବଢିଲା ଅଟାର ଦାମ୍ । ନୁଡୁଲ୍ସ ଠାରୁ ବିସ୍କୁଟ ସବୁ ମହଙ୍ଗା
କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ କଳାଜିରା ଓ ଅଦା ରପ୍ତାନିର ଶୁଭାରମ୍ଭ କରିଥିଲେ । ପ୍ରାୟ ୨୫୦ କ୍ଵିଣ୍ଟାଲ କଞ୍ଚା ଓ ଶୁଖିଲା ଅଦା, ୬୦ କ୍ଵିଣ୍ଟାଲ କଳାଜିରା ଚାଉଳ କର୍ଣ୍ଣାଟକ, ପଞ୍ଜାବ ଓ ହରିଆଣା ରାଜ୍ୟକୁ ରପ୍ତାନି କରାଯାଇଛି । କୋରାପୁଟ ଜିଲ୍ଲାରେ ଚାଷ ହେଉଥିବା ଷ୍ଟ୍ରବେରୀ, ହଳଦୀ ଓ ପଣସ ମଧ୍ୟ ଭାରତର ବିଭିନ୍ନ ରାଜ୍ୟକୁ ପଠାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
Follow Us