କନକ ବ୍ୟୁରୋ: ରାସ୍ତାରେ କାଦୁଅ ଭର୍ତ୍ତି । ଅଟକି ରହିଛି ଶହଶହ ଗାଡି । କୋରାପୁଟରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୪୩ରେ ଦୁର୍ଦ୍ଦଶା ଦେଖିବାକୁ ମିଳିଛି । ମୋହନପଡାର ଏହି ରାସ୍ତାରେ କାଳବୈଶାଖୀ ବର୍ଷାରେ ପାଣି ଜମି ରାସ୍ତା କାଦୁଅମୟ ହୋଇଯାଇଛି । ଅନ୍ୟପଟେ ଜାତୀୟ ରାଜପଥ କାମ ଚାଲୁଥିବାରୁ ସମସ୍ୟା ଆହୁରି ବଢ଼ିଯାଇଛି । କାମ ଚାଲିଥିବା ସ୍ଥାନରେ କାଦୁଅ ପଚ ପଚ ହୋଇଯାଇଛି । ଯାହାଫଳରେ ଅଧିକାଂଶ ଗାଡ଼ି ସେଇ କାଦୁଅ ନିକଟରେ ଫସି ଯାଉଛି । ଜାତୀୟ ରାଜପଥରେ ଉଭୟ ପାର୍ଶ୍ଵରେ ଶହଶହ ଗାଡ଼ି ଅଟକି ରହିଛି । 

Advertisment