କନକ ବ୍ୟୁରୋ :ମୁଁ ଅଳସୀ, ଅନ୍ୟମାନଙ୍କ ଆଳସ୍ୟ ଭାଙ୍ଗେ, ଦେଖଣାହାରୀଙ୍କୁ ଆନମନା କରେ... କବିଙ୍କୁ ଭାବୁକ କରେ.. ମୁଁ ଆସିଲେ ଶୀତ ଆସେ, ଗାଁ ମହକେ... । ଶିତୁଆ ସକାଳ, କୁହୁଡିର ପତଳା ଚାଦର ଆଉ ପାହାଡ଼ ମଝିରେ ହସୁଛି ଅଳସୀ ଫୁଲ । ଭାରି ମନୋରମ ଏ ଦୃଶ୍ୟ । କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରୁଛି ଅଳସୀ ଫୁଲ ।  ସକାଳର କୁହୁଡି ସାଙ୍ଗକୁ ସବୁଜିମାରେ ଭରା ପାହାଡ଼  । ଆଉ ଅଳସୀ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ପଯ୍ୟଟକଙ୍କୁ ମତୁଆଲା କରୁଛି । ପର୍ଯ୍ୟଟକ ହୁଅନ୍ତୁ କି ପଥଚାରୀ । ସମସ୍ତଙ୍କ ଆଳସ୍ୟକୁ ଦୂର କରି ଆନମନା କରୁଛି ଅଳସୀ ଫୁଲର ଅପୂର୍ବ ସମ୍ଭାର ।

Advertisment

ପାହାଡ଼ ଉପରେ ଅଳସୀ ଫୁଲର ଅପୂର୍ବ ସମ୍ଭାର ପଯ୍ୟଟକଙ୍କୁ ଆକୃଷ୍ଟ କରେ । ଧରାରେ ଶୀତୁଆ ସକାଳର କୁହୁଡ଼ି ବୋଳା ଚାଦର ଆଉ ଉପରେ ନୀଳ ଆକାଶ । ଏହାରି ଭିତରେ ସବୁଜିମା ଭରା ପାହାଡ଼ ମଝିରେ ଅଳସୀ ଫୁଲର ସମ୍ଭାର । ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ପୁରା ପରିବେଶକୁ ମତୁଆଲା କରୁଛି । ଆଉ କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶକୁ ଉପଭୋଗ କରିବାକୁ ଆସୁଥିବା ପର୍ଯ୍ୟଟକ ନିଜ କ୍ୟାମେରାରେ ଫୁଲେଇ ଅଳସୀ ଫୁଲର ସୌନ୍ଦର୍ଯ୍ୟକୁ କଏଦ କରୁଛି ।

ଆହୁରି ପଢ଼ନ୍ତୁ : ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା,  ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ହେବ ମିଛଧରା ପରୀକ୍ଷା

କୋରାପୁଟର ପ୍ରାକୃତିକ ସୌନ୍ଦଯ୍ୟ ଓ ପରିବେଶ ବର୍ଷ ତମାମ ପଯ୍ୟଟକଙ୍କୁ ଆକୃଷ୍ଟ କରେ । କିନ୍ତୁ ଶୀତ ଦିନ ଆହୁରି ଅଧିକ ସୁନ୍ଦର ଦେଖାଯାଏ । କୋରାପୁଟର ଏହି ଅପୂର୍ବ ସୌନ୍ଦର୍ଯ୍ୟ ଆଉ ଏ ଅଳସୀ ଫୁଲ କବି ଓ ଲେଖକଙ୍କୁ ଶବ୍ଦ ଯୋଗାଏ । କଳାକାର ଟିଏ ପାଇଁ କିଛି ନୂଆ ଚିନ୍ତା କରିବାର ବାଟ ଦେଖାଇଥାଏ ।

ଭିଡିଓ ଦେଖନ୍ତୁ--https://www.facebook.com/reel/1528279994744462