କନକ ବ୍ୟୁରୋ : ଟେଲିଗ୍ରାମ ଆପରେ ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ଲୁଟ୍। ଏଭଳି ଜଣେ ସାଇବର୍ ଅପରାଧୀକୁ ଗିରଫ କରିଛି କୋରାପୁଟ ସାଇବର ପୁଲିସ। ଝାଡ଼ଖଣ୍ଡରୁ ଅଭିଯୁକ୍ତ ଅଫତାବ ଅଲ୍ଲିକୁ ଗିରଫ କରିଛି ପୋଲିସ । ତେବେ ଅଫତାବର ଘର ପଶ୍ଚିମବଙ୍ଗରେ ହୋଇଥିବା ଜଣାପଡ଼ିଛି । ସେ ଝାଡ଼ଖଣ୍ଡରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରୁକୁ ଯାଇଥିବା ବେଳେ ତା ମୋବାଇଲକୁ ଟ୍ରାକ କରି ଗିରଫ କରାଯାଇଥିବା କହିଛନ୍ତି ଅତିରିକ୍ତ ଏସପି । ତେବେ କୋରାପୁଟ ରେଲୱେ କଲୋନୀରେ ରହୁଥିବା ଭାରତ ଭୂଷଣ ବାର୍ଗେଙ୍କୁ ଠକି ଟଙ୍କା ନେଇ ଯାଇଥିଲା ଅଭିଯୁକ୍ତ । ଏନେଇ ସେ କୋରାପୁଟ ସାଇବର ଥାନାରେ ଅଭିଯୋଗ କରିଥିଲେ। ସାଇବର ପୁଲିସ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ କରାଯାଥିବା ବେଳେ ତା ନିକଟରୁ ୨ଲକ୍ଷ ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି ।
ଟେଲିଗ୍ରାମରେ ରୋଜଗାରର ଲୋଭ ଦେଖାଇ ଲୁଟ୍ । ଝାଡଖଣ୍ଡରୁ ସାଇବର ଅପରାଧୀକୁ ବାନ୍ଧିଲା କୋରାପୁଟ ପୋଲିସ
ତେବେ ଅଫତାବର ଘର ପଶ୍ଚିମବଙ୍ଗରେ ହୋଇଥିବା ଜଣାପଡ଼ିଛି । ସେ ଝାଡ଼ଖଣ୍ଡରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରୁକୁ ଯାଇଥିବା ବେଳେ ତା ମୋବାଇଲକୁ ଟ୍ରାକ କରି ଗିରଫ କରାଯାଇଥିବା କହିଛନ୍ତି ଅତିରିକ୍ତ ଏସପି । ତେବେ କୋରାପୁଟ ରେଲୱେ କଲୋନୀରେ ରହୁଥିବା ଭାରତ ଭୂଷଣ ବାର୍ଗେଙ୍କୁ ଠକି ଟଙ୍କା ନେଇ ଯାଇଥିଲା ଅଭିଯୁକ୍ତ ।
/kanak/media/media_files/2025/02/11/1F8xaTPs5IZ9KkNk0qKA.jpg)