କନକ ବ୍ୟୁରୋ : କୋରାପୁଟ ଜିଲ୍ଲା... ପାହାଡ଼, ଝରଣା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । ପୂର୍ବ ସରକାରଙ୍କ ସମୟରେ ଏଠାରେ ଜନ ସମାବେଶ ହେଲେ ଯେମିତି ଗହଳି ଦେଖିବାକୁ ମିଳୁଥିଲା । ଏବେ ବି ଠିକ ସେମିତି ଗହଳି ରହିଛି । ମୁଖ୍ୟମନ୍ତ୍ରୀ ଜିଲ୍ଲାର ଚିତ୍ର ସୁଧାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ସତରେ ଏହା ପୂରଣ ହେବ ନା ଏହା ବି ପାଣିର ଗାର ପାଲଟିବ ତାହା ଜିଲ୍ଲାବାସୀଙ୍କ ମନକୁ ଆନ୍ଦୋଳିତ କରୁଛି ।
ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଭିତର ଦେଖିଲେ ଆଖିପୂରି ଉଠୁଛି । ମୁଖ୍ୟମନ୍ତ୍ରୀ ୬୫୦ ବିଶିଷ୍ଟ ଚିକିତ୍ସାଳୟ ବି ଉଦ୍ଘାଟନ କରିଛନ୍ତି । ଏଥିରେ ସବୁ ପ୍ରକାର ସୁବିଧା ରହିଛି । ଏଥି ସହ ରାଜ୍ୟରେ ୧୨ ଟି ମେଡିକାଲ କଲେଜରେ ଆଉ ୪ଟି ଯୋଡ଼ି ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମିଳିଛି ପ୍ରତିଶ୍ରୁତି । ଗତ କିଛି ଦିନ ଭିତରେ ଏକାଧିକ ମନ୍ତ୍ରୀ ଓ ନେତା କୋରାପୁଟ ଗସ୍ତ କରିଛନ୍ତି । ଆଉ ଏବେ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଜିଲ୍ଲାବାସୀଙ୍କ ମନରେ ଭରିଦେଇଛି ଅନେକ ସମ୍ଭାବନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/12/vlcsnap-2025-08-12-18h44m23s847-2025-08-12-18-44-33.png)