କନକ ବ୍ୟୁରୋ : କୋରାପୁଟରେ ମାର୍କେଟ୍ କମ୍ପ୍ଲେକ୍ସ ଭୁଶୁଡ଼ିବା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ପାନ ଦୋକାନୀ ପି.ଲୋକନାଥଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କୁ ପ୍ରଥମେ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏବେ ବି ୨ ଜଣ ଛାତ ତଳେ ଚାପି ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜେସିବି ମେସିନ୍ ସାହାଯ୍ୟରେ ଛାତ ସିମେଣ୍ଟ୍ କଢ଼ାଯାଉଛି । ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସନ୍ଧାନି କୁକୁର ସାହାଯ୍ୟରେ ପୁଲିସ ଛାନଭିନ୍ କରୁଛି । କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଥିବା ମାର୍କେଟ୍ କମ୍ପ୍ଲେକ୍ସର ଛାତ ଭୁଶୁଡ଼ି ପଡ଼ିଛି ।