ଲଗାଣ ବର୍ଷାରେ ବେହାଲ କୋରାପୁଟ: ଗାଁଠୁ ସହର ସବୁଠି ଡରାଇଲା ବର୍ଷା

ବର୍ଷା, କୋରାପୁଟ ଜିଲ୍ଲା ପାଇଁ କିଛି ନୂଆ କଥା ନୁହେଁ, କିନ୍ତୁ ଗୋଟିଏ ଦିନରେ ରେକର୍ଡ ପରିମାଣର ବର୍ଷା, ବିପଦକୁ ଡାକିବା ଛଡ଼ା ଆଉ କିଛି ନୁହେଁ। ସହର ହେଉ ଗାଁ, ସବୁଠି ସମସ୍ତଙ୍କୁ ଡରାଇଲା ବର୍ଷା । ଘର ଭିତରେ ପାଣି, ଚାଷ ଜମିରେ ପାଣି। ପାଣି ଭିତରେ ସରିସୃପଙ୍କ ଭୟ।

25

Photograph: (kanak news)

କନକ ବ୍ୟୁରୋ: ଦୁଃଖ ଦେଇଗଲା ବର୍ଷା। କାହାର ବିଲରେ ଜମିଛି ପାଣି, ତ ଆଉ କାହାର ଭାଙ୍ଗିଛି ଘର। କିଏ ରାତିରେ ନଖାଇ ଅନିଦ୍ରା ରହିଲା, ଆଉ କିଏ ପର ଘରେ ଆଶ୍ରୟ ନେଲା। ବର୍ଷା ବେଳର ତିକ୍ତ ଅନୁଭୂତିକୁ ମୋବାଇଲରେ କଏଦ କରିଛନ୍ତି ବର୍ଷା ବିପନ୍ନ। ଗୋଟିଏ ଦିନର ଲଗାଣ ବର୍ଷା ପରେ କୋରାପୁଟ ଜିଲ୍ଲାର ଅନେକ ସ୍ଥାନରେ ଅସହାୟ ହୋଇଯାଇଛନ୍ତି ଲୋକ।

ବର୍ଷା, କୋରାପୁଟ ଜିଲ୍ଲା ପାଇଁ କିଛି ନୂଆ କଥା ନୁହେଁ, କିନ୍ତୁ ଗୋଟିଏ ଦିନରେ ରେକର୍ଡ ପରିମାଣର ବର୍ଷା, ବିପଦକୁ ଡାକିବା ଛଡ଼ା ଆଉ କିଛି ନୁହେଁ। ସହର ହେଉ ଗାଁ, ସବୁଠି ସମସ୍ତଙ୍କୁ ଡରାଇଲା ବର୍ଷା । ଘର ଭିତରେ ପାଣି, ଚାଷ ଜମିରେ ପାଣି। ପାଣି ଭିତରେ ସରିସୃପଙ୍କ ଭୟ। ବର୍ଷା ସମୟର ଚିତ୍ରକୁ ନିଜ ମୋବାଇଲ୍‌ରେ କଏଦ କରିଛନ୍ତି ପ୍ରଭାବିତ।  

ବୁଧବାର କୋରାପୁଟ ଜିଲ୍ଲାରେ ୧, ୬୧୮ ମିମି ବର୍ଷା ରେକର୍ଡ କରାଯାଇଛି। ପ୍ରତି ବ୍ଳକରେ ପ୍ରାୟ ୧୧୫.୫୭ ମିମି ବର୍ଷା ହୋଇଛି । ବୈପାରିଗୁଡ଼ା ବ୍ଳକରେ ସର୍ବାଧିକ ୩୦୬ ମିମି ବର୍ଷାର ହୋଇଥିବା ବେଳେ ୧୮୬ ମିମି ବର୍ଷା ସହ ଦ୍ୱିତୀୟ ସ୍ଥାନରେ ଜୟପୁର ସହର। ପୂର୍ବରୁ ଏଭଳି ବର୍ଷା ହୋଇ ନଥିବା କୁହନ୍ତି ପ୍ରଭାବିତ। କେବଳ ଜୟପୁର ବ୍ଳକରେ ୨୧ଟି ଘର ଭାଙ୍ଗିଥିବା ସୂଚନା ଦେଇଛନ୍ତି ଜୟପୁର ତହସିଲଦାର।

ନିଅଣ୍ଟିଆ ବର୍ଷା ଯୋଗୁଁ ଖରିଫ ଚାଷ ପ୍ରଭାବିତ ହେଉଥିଲା। ଚାଷୀ ଚାଷ କମା ବିଳମ୍ବର ଆରମ୍ଭ କରିଛି। ହେଲେ ଗୋଟିଏ ପରେ ଗୋଟିଏ ଲଘୁଚାପ, ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାର ହାଲ ବେହାଲ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe