କନକବ୍ୟୁରୋ : କୋରାପୁଟ ଜୟପୁର ସହର ନିକଟ ବାରିନିପୁଟରେ ଦୋକାନ ଘର ଉପରକୁ ଟ୍ରକ୍ ମାଡ଼ିଯିବା ଘଟଣା । ମାଆ ପରେ ଚାଲିଗଲା ପୁଅର ଜୀବନ । ବିଶାଖାପାଟଣାରେ ଚିକିତ୍ସାଧିନ ଅବସ୍ଥାରେ ପୁଅର ମୃତ୍ୟୁ ।  ରବିବାର ଏକ ୧୪ ଚକିଆ ମାଲ ବୋଝେଇ ଟ୍ରକ ଜାତୀୟ ରାଜପଥ ୨୬ କଡ଼ରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନ ଉପରକୁ ମାଡିଯାଇଥିଲା ।   ଦୋକାନରେ ଥିବା ୭୦ ବର୍ଷିଆ ଜଣେ ବୃଦ୍ଧା ମା ଓ ତାଙ୍କ ୫୦ ବର୍ଷୀୟ ପୁଅ ରବି ସ୍ୱାଇଁଙ୍କ ଉପରକୁ ଟ୍ରକ୍ ମାଡ଼ିଯାଇଥିଲା । ଫଳରେ ଘଟଣା ସ୍ଥଳରେ ମାଙ୍କ ର ମୃତ୍ୟୁ ହୋଇଥିଲା ।   ଆଜି ବିଶାଖାପାଟଣା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିଙ୍କର ବି ମୃତ୍ୟୁ ହୋଇଛି। ଫଳରେ ତାଙ୍କର ୮ ବର୍ଷ ଓ ୪ ବର୍ଷର ଦୁଇଟି ଶିଶୁ ଅନାଥ ହୋଇଯାଇଛନ୍ତି  ।