କନକ ବ୍ୟୁରୋ: ଆସିଲାଣି ଖରାଦିନ , ବିଭିନ୍ନ କାରଣରୁ କାଳେ ଜଙ୍ଗଲରେ ଲାଗିଯିବ ନିଆଁ , ସେଥିପାଇଁ ସତର୍କ ହେଲାଣି ବନ ବନବିଭାଗ । ଜଙ୍ଗଲରେ ବାନ୍ଧିଲାଣି ମଞ୍ଚା । ଖରା ଦିନ ଆରମ୍ଭରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଲାଣି କୋରାପୁଟ ବନ ବିଭାଗ । ଜଙ୍ଗଲକୁ କିପରି ନିଆଁ ଦାଉରୁ ସୁରକ୍ଷିତ ରଖିହେବ ସେନେଇ ମହିଳାଙ୍କୁ ଦିଆଯାଉଛି ପ୍ରଶିକ୍ଷଣ ।
ପୋଡୁ ଚାଷରୁ ଦୂରେଇ ରହିବା ତା ସହିତ ଜଙ୍ଗଲକୁ କିପରି ସୁରକ୍ଷା ଦେବା ସେ ନେଇ ବନାଞ୍ଚଳ ନିର୍ବାପକ ବାହିନୀ ଗଠନ କରାଯିବା ସହିତ ଏସଏଚଜି ମହିଳା ମାନଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯାଉଛି । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପ୍ରତି ପାଞ୍ଚ କିଲୋମିଟର ଭିତରେ ମଞ୍ଚା ବନ୍ଧାଯାଇଛି। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ପ୍ରସ୍ତୁତ ରହିଛି ।
ଖରାଦିନ ଆସିଲେ ବନ ବିଭାଗର ମୁଣ୍ଡବିନ୍ଧା ବଢିଯାଏ କାରଣ ଜଙ୍ଗଲରେ ଲାଗୁଥିବା ନିଆଁରେ ନାକେଦମ ହୋଇଯାଏ ବନ ବିଭାଗ । ସେ ପୋଡୁଚାଷ ହେଉ କିମ୍ବା ମନ୍ଦ ଉଦ୍ୟସରେ କିଏ ନିଆଁ ଲଗାଉ । ନିଆଁ ଲାଗୁଥିବାରୁ ପ୍ରକୃତି ବନ୍ୟପ୍ରାଣୀ ସହ ପରିବେଶର ହୁଏ ବିପୁଳ କ୍ଷତି ଯାହାକୁ ଲୋକେ ଅଣଦେଖା କରିବାରୁ ବନବିଭାଗ ଉପରେ ପଡେ ପ୍ରବଳ ଚାପ । କିପରି ଜଙ୍ଗଲ ନିଆଁକୁ ତତକ୍ଷଣାତ ଆୟତକୁ ଅଣାଯିବ ତାକୁ ନେଇ କୋରାପୁଟ ବନଖଣ୍ଡର ନିଆଁ ରୋକିବାକୁ ନିରୋଧକ ମଞ୍ଚା ଫଣ୍ଡା ଦେଖିବା ପାଇଁ ମିଳିଛି । କୋରାପୁଟ ବନଖଣ୍ଡର ପ୍ରତ୍ୟକ ବନାଞ୍ଚଳରେ କରାଯାଇଥିବା ଅଗ୍ନି ନିରୋଧକ ମଞ୍ଚ । ୬ଟି ରେଞ୍ଜରେ ଷାଠିଏଟି ମଞ୍ଚା ଆଉ ନିୟୋଜିତ ହୋଇଛନ୍ତି ସ୍ୱତନ୍ତ୍ର କର୍ମଚାରୀ ନେଇଛନ୍ତି ତାଲିମ । ହଠାତ ଜଙ୍ଗଲରେ ନିଆଁ ଲାଗିବା ଦେଖିଲେ କିପରି କରିବେ ମୁକାବିକା ସେ ନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ସଚେତନତା ସତ୍ୱେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ଚଳିତ ବର୍ଷବର୍ଷ ପ୍ରଥମ କରି ନୂଆ ଅଭିନବ କୌଶଳର ସାହାରା ନେଇଛି ବନବିଭାଗ । କୋରାପୁଟ ବନଖଣ୍ଡର ସଂରକ୍ଷିତ ଜଙ୍ଗଲ ଓ ପ୍ରସ୍ତାବିତ ଗ୍ରାମ୍ୟ ଜଙ୍ଗଲ ସହ ଗାଁକୁ ଲାଗି ରହିଥିବା ଜଙ୍ଗଲରେ ଅଗ୍ନି ନିରୋଧକ ସ୍ୱତନ୍ତ୍ର ମଞ୍ଚା ବାନ୍ଧିଛି ବିଭାଗ । ମୁଖ୍ୟତଃ କୋରାପୁଟ ବନଖଣ୍ଡ ଅଧିନରେ ରହିଥିବା କୋରାପୁଟ,ନାରାୟଣପାଟଣା,ବନ୍ଧୁଗାଁ,ଲମତାପୁଟ,ଲକ୍ଷ୍ମୀପୁର,ସେମିଳିଗୁଡା,ପଟ୍ଟାଙ୍ଗୀ ଅଞ୍ଚଳରେ ମଞ୍ଚା ଦେଖିବାକୁ ମିଳିଛି । ପ୍ରତି ମଞ୍ଚାରେ ବନରକ୍ଷୀ,ଭିଏସଏସ ଓ ନିଆଁଲିଭାକାରୀ ଦଳ ରହିବେ କ୍ଷ ଦୂରରେ ନିଆଁ କିମ୍ବା ଧୂଆଁ ଦେଖିଲେ ତୁରନ୍ତ ବିଭାଗକୁ ଖବର ଦେବା ସହ ପହଞ୍ଚିଯିବେ ନିଆଁ ଲାଗିବା ସ୍ଥାନରେ । ମଞ୍ଚରେ ରହିବ ପାନୀୟ ଜଳ,ଓଆରଏସ ସହ ଓାକିଟକି ଏବଂ ଅଗ୍ନିନିର୍ବାପକ ଯନ୍ତ୍ର ।
ନିଆଁ ଜଙ୍ଗଲରେ ବିଭିନ୍ନ କାରଣରୁ ଲଗାଉଥିବାରୁ ଲୋକଙ୍କ ସଚେତନତା କରାଯାଉଛି । ଅନ୍ୟପଟେ ଏପରି ଏକ ନୂଆ ଉଦ୍ୟମକୁ ସ୍ୱାଗତ କରିବା ସହ ଏପରି ହେଲେ ବି ଗ୍ରାମବାସୀଙ୍କ ମଧ୍ୟରେ ଆହୁରି ସଚେତନତା ଓ ଜଙ୍ଗଲରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯାଇପାରିବ । ଖରାଦିନେ ବିଶେଷ କରି ଏକାଧିକ କଣ୍ଟ୍ରୋଲ ରୁମ ସହ ଅଧିକରୁ ଅଧିକ ଗ୍ରାମବାସୀଙ୍କୁ ସାମିଲ କରାଯାଉ ବୋଲି ଆଶା ରହିଛି । ଜଙ୍ଗଲକୁ ଜଗିବା ପାଇଁ ଏସଏଚଜି ମହିଳାଙ୍କ ସମେତ ବନାଞ୍ଚଳ ନିର୍ବାପକ ବାହିନୀ ଗଠନ କରାଯାଇଛି । ଜଙ୍ଗଲରେ ନିଆଁ ଲାଗିଲେ ପ୍ରାକୃତିକ ସମ୍ପଦ ନଷ୍ଟ ହେବା ସହିତ ଜଙ୍ଗଲୀ ଜନ୍ତୁ ଗାଁ ମୁହାଁ ହେଉଛନ୍ତି । ଜଙ୍ଗଲ କୁ ସୁରକ୍ଷା ଦେବା ତା ସହିତ ଜଙ୍ଗଲୀ ଜନ୍ତୁ କିପରି ଖରା ଦିନ ପାହାଡ଼ ଉପରେ ପାଣି ପିଇ ପାରିବେ ସେ ନେଇ ବନ ବିଭାଗ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।