ଉଦଘାଟନକୁ ବର୍ଷ କେଇଟା ହୋଇଛି, ଶୁଖିଗଲାଣି ତେଲେଙ୍ଗିରି ଡ୍ୟାମ୍ ; ଚିନ୍ତାରେ କୋରାପୁଟ ଚାଷୀ

Advertisment

ଉଦଘାଟନର ୪ ବର୍ଷ ନପୁରୁଣୁ ଶୁଖିଗଲାଣି ତେଲେଙ୍ଗିରି ଡ୍ୟାମ । ନିର୍ମାଣ ସମୟର ତ୍ରୁଟି ଯୋଗୁଁ ଖାଲି ହୋଇଗଲାଣି ଜଳଭଣ୍ଡାର ।  ଜମିରେ ପହଞ୍ଚିପାରୁନି ପାଣି, ଚିନ୍ତାରେ କୋରାପୁଟ ଚାଷୀ ।

ଉଦଘାଟନର ୪ ବର୍ଷ ନପୁରୁଣୁ ଶୁଖିଗଲାଣି ତେଲେଙ୍ଗିରି ଡ୍ୟାମ । ନିର୍ମାଣ ସମୟର ତ୍ରୁଟି ଯୋଗୁଁ ଖାଲି ହୋଇଗଲାଣି ଜଳଭଣ୍ଡାର ।  ଜମିରେ ପହଞ୍ଚିପାରୁନି ପାଣି, ଚିନ୍ତାରେ କୋରାପୁଟ ଚାଷୀ ।

16dam

କନକ ବ୍ୟୁରୋ : ୯ ହଜାର ହେକ୍ଟର ଜମିକୁ ପାଣି ମାଡ଼ିବ । ଦୋଫସଲି ଚାଷ କରିବେ ଚାଷୀ । ସେହି ଆଶାରେ କୋରାପୁଟ ରାଣିଗଡ଼ରେ ନିର୍ମାଣ ହୋଇଛି ତେଲେଙ୍ଗିରି ଡ଼୍ୟାମ । ହେଲେ ଉଦଘାଟନର ୪ ବର୍ଷ ନପୁରୁଣୁ ଡ଼୍ୟାମ ଶୁଖିଗଲାଣି । ସବୁ ପାଣି ବୋହି ଗଲାଣି । ପାଣି ଜାଗାରେ ଏବେ ଖାଲ ଢ଼ିପ ମାଟି ଦେଖାଯାଉଛି। 

ଡ଼୍ୟାମ ହେଲା, ଚାଷୀ ଭାବିଥିଲେ ଏଥର ରହିବନି ଦୁଃଖ । ଶୁଖିଲା ଚାଷ ଜମିରେ ପାଣି ମାଡ଼ିବ, କ୍ଷେତ ହସିବ। କେବଳ ଏତିକି ନୁହେଁ, ବଳକା ବର୍ଷା ଜଳ ତେଲେଙ୍ଗିରି ଜଳଭଣ୍ଡାର ଦେଇ ନଦୀକୁ ଚାଲିଯିବ। ହେଲେ ସେମିତି କିଛି ହେଲା ନାହିଁ। ଡ଼୍ୟାମ ନିର୍ମାଣରେ ତ୍ରୁଟି ଯୋଗୁଁ ଚାଷୀଙ୍କ ସବୁ ଆଶା ଧୋଇଗଲା। ଜଳଭଣ୍ଡାରରୁ ସବୁ ପାଣି ବୋହିଗଲା। ଏବେ ସବୁ ଚାଷ ଜମି ଶୁଖିଲା ପଡିଲା।

୨୦୦୨ରେ ଡ୍ୟାମ ନିର୍ମାଣ କାମ ଆରମ୍ଭ ହେଲା । ବର୍ଷା ଜଳକୁ ସଂରକ୍ଷଣ କରି ଚାଷବାସ କରିବା ପାଇଁ ପ୍ରାୟ ୧୪ଶହ କୋଟି ଖର୍ଚ୍ଚ ହେଲା । ୯ଟି ଗାଁର ଲୋକ ଭିଟାମାଟି ବି ହରାଇଲେ। ସେତେବେଳେ କୁହାଗଲା, ୬୩୩ ମିଟର ପାଣି ରହିବ। ଡ୍ୟାମ ନିର୍ମାଣ ସରିବା ପରେ ୨୦୧୯ରେ ପରୀକ୍ଷାମୂଳକ ଭାବେ ପାଣି ଛଡ଼ାଗଲା। ପାଳି କରି ପାଣି ପାଇଲେ ଚାଷୀ। ଅଧା ଜମିକୁ ଏ ବର୍ଷ ପାଣି ମିଳିଲେ, ଆଉ ଅଧେ ଆରବର୍ଷକୁ ଅପେକ୍ଷା କରୁଥିଲେ। ସେଥିରେ ବି କାମ ଚଳାଇ ନେଉଥିଲେ ଚାଷୀ। ହେଲେ ଏବେ ଆଉ ସେତକ ବି ମିଳୁନାହିଁ। କାରଣ ନିର୍ମାଣ ସମୟରେ ହୋଇଥିବା ତ୍ରୁଟି ଯୋଗୁଁ ଡ୍ୟାମ୍ ଖାଲି ହୋଇଯାଉଛି। ଜଳଭଣ୍ଡାରରେ ଲିକେଜ୍ ଯୋଗୁଁ ସବୁ ପାଣି ବୋହି ଯାଉଛି।  ଡ଼୍ୟାମର ଲିକେଜ୍‌କୁ ବନ୍ଦ କରି ପାରିଲା ନାହିଁ ପ୍ରଶାସନ। ଧିରେଧିରେ ସମ୍ପୂର୍ଣ୍ଣ ଖାଲି ହୋଇଗଲା। ଏପଟେ ଦୋଷ ଲଦାଲଦି ସରୁନି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe