Farmer Problem Photograph: (Kanaknews)
କନକ ବ୍ୟୁରୋ: ଧାନ ବିକ୍ରି ପାଇଁ ଚାଷୀ ହନ୍ତସନ୍ତ ହେଉଛନ୍ତି । ମକା ଅମଳ କରି ବିକ୍ର ପାଇଁ ଅପେକ୍ଷା କରିଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅଦା ବିକ୍ରି ପାଇଁ ଚାଷୀଙ୍କୁ ହିନସ୍ତା ହେବାକୁ ପଡୁଛି ।
କୋରାପୁଟ ଜିଲ୍ଲାର ପ୍ରାୟ ସବୁ ବ୍ଲକରେ ଫଳେ ପ୍ରଚୁର ଅଦା । ଜାନୁଆରୀ ଶେଷ ଓ ମେ ମାସରେ ଅଦା ଉତ୍ପାଦନ ହୁଏ । ପ୍ରତିବର୍ଷ ଅମଳ ପରେ ଡଉଲଡାଉଲ ଅଦାକୁ ଦେଖି ଚାଷୀ ମନ ଖୁସିରେ ଭରିଯାଉଥିଲେ ବି, ଚିନ୍ତା ବଢ଼ାଇ ଦେଉଛି ଅଭାବୀ ବିକ୍ରି । ଶୀତଳ ଭଣ୍ଡାର ନଥିବାରୁ ଶାଗମାଛ ଦରରେ ଏହାକୁ କିଣି ନେଉଛନ୍ତି ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ତେଲଙ୍ଗାନାର ବ୍ୟବସାୟୀ । ଖୋଲା ବଜାରରେ ଅଦା କିଲୋ ୫୦ ଟଙ୍କା ଥିବା ବେଳେ, ବେପାରୀଙ୍କୁ ମାତ୍ର ୨୫ ରୁ ୩୦ ଟଙ୍କା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।
ଋଣ ଶୁଝିବା ପାଇଁ ପିଲା ବିକ୍ରି, ମାସକର ପିଲାକୁ ଦେଇଦେଲେ ବାପା-ମା’
ଅମଳ ଋତୁରେ ବେଙ୍ଗଳୁରୁରୁ ଅତି ଶସ୍ତାରେ ବଜାରକୁ ଆସିଥାଏ ଅଦା । ଯାହା ଫଳରେ କୋରାପୁଟ ଅଦାର ଗୁଣାତ୍ମକ ମାନ ଭଲ ଥିଲେ ବି, ଚାଷୀ ଅଳ୍ପ ଦରରେ ବିକିବାକୁ ବାଧ୍ୟ ହୁଏ । କୋରାପୁଟରେ ଅଦା ଉତ୍ପାଦନ ତୁଳନାରେ ସଂରକ୍ଷଣ, ପ୍ରକ୍ରିୟାକରଣ କିମ୍ୱା ବଜାର ସୁବିଧା ନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉଦ୍ୟାନ କୃଷି ଅଧିକାରୀ । ଉଦ୍ୟାନ କୃଷି ବିଭାଗର ତଥ୍ୟ ଅନୁସାରେ, କୋରାପୁଟ ଜିଲ୍ଲାରେ ଚଳିତ ବର୍ଷ ୪୨ଶହ ୨୩ ହେକ୍ଟର ଜମିରେ ଅଦା ଚାଷ ହେଉଛି । ୫୮ହଜାର ୧୧୯ ମେଟ୍ରିକ ଟନ୍ ଅଦା ଉତ୍ପାଦନ ଆଶା ରଖିଛନ୍ତି ସରକାର ।
Follow Us