ଅନ୍ତର୍ଜାତୀୟ ବଜାରରେ ପରିଚୟ ପାଇଛି କୋରାପୁଟ କଫି: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ୩୦ ପ୍ରତିଶତ କମିଛି ଅମଳ

କୋରାପୁଟ କଫି ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି କ୍ଷ କୋରାପୁଟ ଜ଼ିଲ୍ଲାରେ ଅଧିକ ରୁ ଅଧିକ କଫି ଚାଷ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି ।

cofeee

Photograph: (kanak news)

କନକ ବ୍ୟୁରୋ: କୋରାପୁଟ କଫି ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି କ୍ଷ କୋରାପୁଟ ଜ଼ିଲ୍ଲାରେ ଅଧିକ ରୁ ଅଧିକ କଫି ଚାଷ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି ।

 କୋରାପୁଟ ଜିଲ୍ଲାରେ ଚଳିତ ବର୍ଷ ୪ ହଜାର ୩୦୦ ହେକ୍ଟର ଜମିରେ କଫି ଚାଷ ହୋଇଛି । ଏଥିରୁ ବେସରକାରୀ ଭାବେ ୮୦୦ରୁ ୯୦୦ ହେକ୍ଟର ଜମିରେ କଫି ଚାଷ କରାଯାଉଛି । ଜିଲ୍ଲାର କୋରାପୁଟ, ଦଶମନ୍ତପୁର, ସେମିଳିଗୁଡା, ନନ୍ଦପୁର, ପଟ୍ଟାଙ୍ଗି ବ୍ଲକରେ ବ୍ୟାପକ ଭାବେ କଫି ଚାଷ ହୋଇଥାଏ । ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା କଫି ଚାଷ ଉପରେ ପ୍ରଭାବ ପକାଇଛି । ଗତ ବର୍ଷ ଠାରୁ ଚଳିତ ବର୍ଷ ପ୍ରାୟ ୩୦ ଭାଗ କମ ପରିମାଣର କଫି ଆଦାୟ ହୋଇପାରେ ବୋଲି ଚାଷୀ ଆଶା ରଖିଛି । ଜାନୁଆରୀ ଶେଷ ସୁଦ୍ଧା କଫି ପ୍ରାୟ ୯୦ ଭାଗ ପାଚିବା କଥା କିନ୍ତୁ ଏବେ ସୁଦ୍ଧା ୪୦ ଭାଗ କଫି ପାଚିଛି । ଯାହା ଦ୍ଵାରା କଫିର ଗୁଣବତ୍ତା କମୁଛି । ଫଳ ନପାଚି ଗଛରେ ଝଡି ଯାଉଛି । ଯାହା ଦ୍ଵାର କଫି ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଏହିଭଳି ଭାବେ ଜଳବାୟୁ ପରିବର୍ତ୍ତନ ଦେଖାଦେଲେ ଆଗକୁ କଫି ଚାଷ ଉପରେ ଏହାର ପ୍ରଭାବ ପଡିବ ବୋଲି କହିଛନ୍ତି ଚାଷୀ ।

 ଖାଲି କଫି ଚାଷୀ ନୁହେଁ ବରଂ ଏହି ଚାଷ କାମରେ ନିୟୋଜିତ ହୋଇଥିବା କର୍ମଚାରୀ ମାନେ ବି ଚିନ୍ତାରେ ପଡ଼ିଛନ୍ତି । ୩୦ ଭାଗ କଫି ଅମଳ କମିଥିବାରୁ କଫି ତୋଳାଳିଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇପାରେ । ଚଳିତ ବର୍ଷ କମ ପରିମାଣ ରେ କଫି ଅମଳ ହୋଇଥିବା ଯୋଗୁ କମ ଦିନ କଫି ତୋଳାବା ସହ  ଅବଶିଷ୍ଟ ଦିନ କୁଲି ମଜୁରୀ କରି ରୋଜଗାର କରିବୁ ବୋଲି କଫି ତୋଳାଳୀ କହିଛନ୍ତି । 

ଅନ୍ୟପଟେ ଜଳବାୟୁ ପରିବର୍ତ୍ତନକୁ ନେଇ ପରିବେଶବିତ୍ତ ମଧ୍ୟ ଚିନ୍ତାରେ ପଡିଛନ୍ତି କ୍ଷ କୋରାପୁଟ ଜ଼ିଲ୍ଲାରେ ବର୍ଷ ତମାମ ଥଣ୍ଡା ବା ଶୁଷ୍କ ଜଳବାୟୁ ରହିଥିଲା । କିନ୍ତୁ କିଛି ବର୍ଷ ହେଲା ଜଳବାୟୁ ପରିବର୍ତନ ଯୋଗୁଁ ଗରମ ଅନୁଭୁତ ହେଉଛି ।  ପୂର୍ବରୁ କୋରାପୁଟ ବାସିନ୍ଦା ବିନା ଏସିରେ ରହୁଥିଲେ । କିନ୍ତୁ ଏବେ ବିନା ଏସିରେ ରହିବାଟା ମୁସ୍କିଲ ହୋଈ ପଡିଲାଣୀ । 

ଯଦି ଆଗକୁ ଏହି ଭଳି ଭାବେ ଜଳବାୟୁ ପରିବର୍ତନ ହୁଏ ତେବେ କୋରାପୁଟ ଜ଼ିଲ୍ଲାରେ ଚାଷ କାର୍ୟ୍ୟ ବାଧାପ୍ରାପ୍ତ ହେବ । ସେଥିପାଇଁ ଅଧିକରୁ ଅଧିକ ଗଛ ଲଗାଇବା କୃତିମ ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପରିବେଶବିତ୍ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe