ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ପୁଞ୍ଜିସିଲ ଜଳପ୍ରପାତ: ରାସ୍ତାଘାଟ, ଆଲୋକିକରଣ ଓ ପାନୀୟଜଳର ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ଅସନ୍ତୁଷ୍ଟ

କୋରାପୁଟ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ଏଠି ଆକାଶ ଛୁଇଁଛି ପାହାଡ଼ । କେବଳ ପର୍ଯ୍ୟଟନ ଋତୁରେ ନୁହେଁ, ବର୍ଷ ତମାମ୍ ଏ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗେ । ଦେଓମାଳି ପର୍ବତରୁ ସାବର ଶ୍ରୀକ୍ଷେତ୍ର । କଫି ବଗିଚାରୁ ଗୁପ୍ତେଶ୍ୱର, ସବୁ ଅଛି ।

qsqs

qsqs Photograph: (qsqs)

କନକ ବ୍ୟୁରୋ: କୋରାପୁଟ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। ଏଠି ଆକାଶ ଛୁଇଁଛି ପାହାଡ଼। କେବଳ ପର୍ଯ୍ୟଟନ ଋତୁରେ ନୁହେଁ, ବର୍ଷ ତମାମ୍ ଏ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗେ। ଦେଓମାଳି ପର୍ବତରୁ ସାବର ଶ୍ରୀକ୍ଷେତ୍ର। କଫି ବଗିଚାରୁ ଗୁପ୍ତେଶ୍ୱର, ସବୁ ଅଛି । ଏହାରି ଭିତରେ ପାହାଡ଼ ଉପରୁ ଝରି ଆସୁଥିବା ଝରଣା ଓ ଜଳ ପ୍ରପାତ ଖୁବ୍ ଆକର୍ଷଣୀୟ। ସେମିତି ଏକ ସ୍ଥାନ ପୁଞ୍ଜିସିଲ ଜଳପ୍ରପାତ। ଏହି ଜଳପ୍ରପାତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ। ହେଲେ ଏଠାକାର ଅବ୍ୟବସ୍ଥା ପର୍ଯ୍ୟଟକଙ୍କୁ ବ୍ୟଥିତ କରୁଛି।

କୋରାପୁଟ ଦଶମନ୍ତପୁର ବ୍ଲକରେ ରହିଛି ପୁଞ୍ଜିସିଲ ଜଳପ୍ରପାତ। ସବୁଜିମା ଭରା ପରିବେଶ। କୁଳୁକୁଳୁ ନାଦରେ ଝରି ଆସୁଛି ଝରଣା। ପ୍ରକୃତିର ଏହି ନୈସର୍ଗିକ ଶୋଭାରାଜିକୁ ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ଛୁଟି ଆସନ୍ତି ପର୍ଯ୍ୟଟକ। ହେଲେ ବିକାଶ ଠାରୁ ବହୁଦୂରରେ ଏହି ପର୍ଯ୍ୟଟନସ୍ଥଳି। ପାନୀୟ ଜଳର ସୁବିଧା ନାହିଁ। ଜିଲ୍ଲା ଖଣିଜ ପାଣ୍ଠିରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଶୌଚାଳୟ ଓ ବିଶ୍ରାମ ଗୃହ। ହେଲେ ସେଥିରେ ତାଲା ଝୁଲୁଛି। 

ପୁଞ୍ଜିସିଲରେ ଏଯାଏଁ ହୋଇପାରିନି ଆଲୋକୀକରଣ ବ୍ୟବସ୍ଥା। କେହି ଜଗୁଆଳି ମଧ୍ୟ ନାହାଁନ୍ତି। ଲୋକଙ୍କ ଭୋଜି କରିବା ସ୍ଥାନଟି ମଦ ବୋତଲ, ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଗଲାଣି। ସେପଟେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କହିଛନ୍ତି, ଦଶମନ୍ତପୁର ବିଡିଓ ବ୍ୟୟ ବରାଦ କଲେ, ଆବଶ୍ୟକ ପଦକ୍ଷେପ ନିଆଯିବ। ଏହାର ଉନ୍ନତୀକରଣ ଦାୟିତ୍ବ ପର୍ଯ୍ୟଟନ ବିଭାଗକୁ ଦେବା ଲାଗି ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe