କନକବ୍ୟୁରୋ : ଭିଜିଲାନ୍ସ ଜାଲରେ ଏଆରଆଇ । କୋରାପୁଟ ବୋରିଗୁମା ତହସିଲ ଏଆରଆଇ ସୁରେନ୍ଦ୍ର ତନ୍ତିଙ୍କ ଘରେ ରେଡ୍ । ଅଫିସ୍ ଓ ଘର ସମେତ କୋରାପୁଟ ଜୟପୁରର ୮ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ବୋରିଗୁମ୍ମାରେ ଥିବା ଦୁଇ ମହଲା କୋଠା, ଝିଅ ରହୁଥିବା ଭଡ଼ା ଘର, ବୋରିଗୁମ୍ମା ରଣସପୁରରେ ଥିବା ପୈତୃକ ଘରେ ରେଡ୍ କରୁଛି ଭିଜିଲାନ୍ସ । ସେହିପରି ବୋରିଗୁମ୍ମାର ସମ୍ପର୍କୀୟଙ୍କ ଦୁଇ ମହଲା କୋଠା, ମାର୍କେଟ୍ କମ୍ଲେକ୍ସ, କୁମୁଲିରେ ଥିବା ଅଫିସ ରେ ଚଢାଉ ହେଉଛି । ଆୟଠୁ ଅଧିକ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ରେଡ୍ କରୁଛନ୍ତି ।