କନକ ବ୍ୟୁରୋ: ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି । ଦେଓମାଳିରେ ରାତ୍ରିଯାପନ ଉପରେ କୋରାପୁଟ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ବିଦ୍ଧିବଧ ଭାବେ ନୋଟିସ୍ ଜାରି କରିଛନ୍ତି ଉପଜିଲ୍ଲାପାଳ। ରାତିରହଣି ପାଇଁ ପର୍ଯ୍ୟଟକମାନେ ବାହାରେ ଟେଣ୍ଟ ପକାଇ ପାରିବେ ନାହିଁ । ଏମିତି କି ବାହାରୁ ଅନ୍ୟ କୌଣସି ସାମଗ୍ରୀ ମଧ୍ୟ ଆଣିପାରିବେ ନାହିଁ । ଏହାକୁ ବେଖାତିର କଲେ ୫ ହଜାର ଟଙ୍କା ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନେବ ଜିଲ୍ଲା ପ୍ରଶାସନ ।
ପ୍ରତିଦିନ ଓଡ଼ିଶା ସମେତ ଓଡ଼ିଶା ବାହାରୁ ଶହଶହ ପର୍ଯ୍ୟଟକ ଦେଓମାଳି ଆସିଥାନ୍ତି । ପାହାଡ଼ ଉପରେ ରାତିକାଟି, ସକାଳ ସୂର୍ଯ୍ୟୋଦୟର ମଜା ନେବାକୁ ସମସ୍ତେ ଚାହାନ୍ତି । ହେଲେ ଦେଓମାଳିରେ ରାତ୍ରିଯାପନକୁ ନେଇ ନୂଆ ନିୟମ କରିଛି ଜିଲ୍ଲା ପ୍ରଶାସନ । କୋଟିଆବାସୀଙ୍କ ଜୀବିକାରେ ଉନ୍ନତି ଆଣିବା ପାଇଁ କୋଟିଆ ଗ୍ରାମପଞ୍ଚାୟତ ପକ୍ଷରୁ ସୁଲଭ ମୂଲ୍ୟରେ ଟେଣ୍ଟ ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି । ସେହି ଟେଣ୍ଟରେ ରହିପାରିବେ ପର୍ଯ୍ୟଟକ ।
କିଛିମାସ ତଳେ ଦେଓମାଳିରେ ଫିଲ୍ମ ସୁଟିଂ ସମୟରେ ଆବର୍ଜନାମୟ ପରିବେଶକୁ ନେଇ ଦୁଃଖ ପ୍ରକାଶ କରିଥିଲେ ଫିଲ୍ମନିର୍ମାତା ଏସ୍ଏସ୍ ରାଜା ମୌଲି । ବିଗତ ଦିନରେ ଏନ୍ଜିଟି ମଧ୍ୟ କଂକ୍ରିଟ୍ କଟେଜକୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିଲେ । ଏତେସବୁ ପରେ ଦେଓମାଳିକୁ ନୂଆ ପରିଚୟ ଦେବା ପାଇଁ ପ୍ରାଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରକ୍ରିୟା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/10/deomali-tourists-2025-10-10-18-39-36.png)