କନକ ବ୍ୟୁରୋ: ଜର୍ଜିଆରେ ଭାରତୀୟ ତ୍ରିରଙ୍ଗା ଉଡ଼ିବ । ଜଣେ ଭାରତୀୟ ହିଁ ଜିତିବେ ଟାଇଟଲ୍ । ଭାରତୀୟ ଚେସ୍ ଇତିହାସରେ ଆସିଛି ସ୍ବର୍ଣ୍ଣିମ ମୁହୂର୍ତ୍ତ । ଦୁଇ ଭାରତୀୟଙ୍କ ଭିତରେ ହେବ ଟକ୍କର । ଭେଟରାନ କୋନେରୁ ହମ୍ପି ଫାଇନାଲରେ ମୁକାବିଲା କରିବେ ୧୯ ବର୍ଷୀୟ ଟିନ୍ ସେନସେସନ୍ ଦିବ୍ୟା ଦେଶମୁଖ । ମହିଳା ଚେସ୍ ବର୍ଗରେ ଚୀନର ଆଧିପତ୍ୟକୁ ଶେଷ କରିଛନ୍ତି ଏହି ଦୁଇ ଭାରତୀୟ । ଅଭିଜ୍ଞତା ବନାମ ନବାଗତାଙ୍କ ଭିତରେ ହେବ ଲଢ଼େଇ ।
ମହିଳା ବିଶ୍ବକପରେ ପ୍ରଥମ ଥର ପାଇଁ ଅଲ୍-ଇଣ୍ଡିଆ ଫାଇନାଲ୍ । ସେମିଫାଇନାଲରେ କୋନେରୁ ହମ୍ପି ଚୀନ ପ୍ରତିପକ୍ଷଙ୍କୁ ଟ୍ରାଇବେକର ଜିରଆରେ ୫-୩ ସ୍କୋରରେ ପରାସ୍ତ କରିଥିଲେ । ସେହିପରି ଦିବ୍ୟା ମଧ୍ୟ ପ୍ରତିପକ୍ଷ ଚୀନର ବିଶ୍ବ ଚାମ୍ପିଅନକୁ ପରାଜିତ କରି ଫାଇନାଲରେ ପ୍ରବେଶ କରିଥିଲେ । ଏବେ ଟାଇଟଲ୍ ଲଢ଼େଇ ପାଇଁ ହେବ ଜୋରଦାର ମୁକାବିଲା । ହମ୍ପି ଏବଂ ଦିବ୍ୟା ଉଭୟ ୨୦୨୬ ମହିଳା କ୍ୟାଣ୍ଡେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । ଆସନ୍ତାକାଲି ହେବାକୁ ଯାଉଛି ଦୁଇ ଭାରତୀୟ ମଧ୍ୟରେ ବିଗ୍ ଫାଇଟ୍ ।