କନକବ୍ୟୁରୋ: ନ୍ୟାୟ ପାଇଁ ଗାଦି ଛାଡିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  କୋଲାକତା ଡାକ୍ତର ଗଣଦୁଷ୍କର୍ମ ମାମଲାରେ  କୋଲକାତାରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ଡାକ୍ତରଙ୍କ ସହ ଆଲୋଚନା କରିବାକୁ  ମମତା ବାନାର୍ଜୀ ତୃତୀୟ ଥର ପାଇଁ ଡାକିଥିଲେ । ସଚିବାଳୟର କନଫରେନ୍ସ ହଲରେ ୨ ଘଂଟା ଅପେକ୍ଷା ବି କଲେ । କିନ୍ତୁ ଡାକ୍ତରମାନେ ଆଲୋଚନାର ଲାଇଭ ଷ୍ଟ୍ରିମିଂ ପାଇଁ ଅଡିବସିବାରୁ ବୈଠକକୁ ଆସିଲେ ନାହିଁ । 

ଫଳରେ ବୈଠକ ଫେଲ ମାରିଥିଲା । ଏଥିରେ କ୍ଷୁବ୍ଧ ହୋଇ  ମମତା ଇସ୍ତଫା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ମମତା ଆହୁରି କହିଛନ୍ତି,ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କର କୌଣସି ମୋହ ନାହିଁ । ଡାକ୍ତରଙ୍କ ସହ ଆଲୋଚନା ପାଇଁ ୩ ଦିନ ଅପେକ୍ଷା କଲି । ପଶ୍ଚିମବଙ୍ଗର ଲୋକଙ୍କୁ ମୁଁ କ୍ଷମା ମାଗିବାକୁ ଚାହୁଁଛି ।  ଆଉ ରାଜ୍ୟବାସୀ ବି ମୋତେ କ୍ଷମା କରିଦେବେ ବୋଲି କହିଛନ୍ତି ମମତା ।

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦ ଥମିବାରେ ନାଁ ଧରୁନି। ସମସ୍ୟାର ସମାଧାନ ଦିଗରେ ଆଲୋଚନା ପାଇଁ ଡାକ୍ତରଙ୍କମାନେ ରଖିଥିବା ଦାବିକୁ ପ୍ରତ୍ୟାଖାନ କରିଛନ୍ତି ମମତା ସରକାର। ଗୁରୁବାର ସନ୍ଧ୍ୟାରେ ୫ଟାରେ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ଡାକିଥିଲେ । ଡାକ୍ତରମାନେ ଆଲୋଚନା କରିବାକୁ ବି ଆସିଥିଲେ । ଆନ୍ଦୋଳନ ରତ ଆଲୋଚନାର ଲାଇଭ ପ୍ରସାରଣ କରିବାକୁ ଡାକ୍ତର ଦାବି କରିବା ପରେ ପଶ୍ଚିମବଙ୍ଗ ସରକାର ଏଥିରେ ଅରାଜି ହୋଇଛନ୍ତି।