କନକବ୍ୟୁରୋ : ପଶ୍ଚିମବଙ୍ଗରେ ପ୍ରକୃତିର ତାଣ୍ଡବ, ପ୍ରବଳ ବର୍ଷା । ସୋମବାର ରାତିରୁ କୋଲକାତାରେ ପ୍ରବଳ ବର୍ଷା ଲାଗି ରହିଛି । ସହରରେ ସୃଷ୍ଟି ହୋଇଛି ଜଳମଗ୍ନ ସ୍ଥିତି । ବର୍ଷା ଯୋଗୁ ୫ ଜଣ ପ୍ରାଣ ହରାଇଛନ୍ତି । ବେନିଆପୁକୁର, ଖିଦିରପୁର, ନେତାଜୀ ନଗର, ଗରିଆହାଟ ଓ ଇବାଲପୁରରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ।
ଗାରିଆ କାମଦାହାରୀରେ ରେକର୍ଡ ହୋଇଛି ୩୩୨ ମିଲିମିଟର ବର୍ଷା । ମେଟ୍ରୋ ଓ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି । ହାଓ୍ବାଡ଼ା ଓ ସିଆଲଦା ଷ୍ଟେସନରେ ଟ୍ରେନ ଚଳାଚଳ କରୁନାହିଁ । ଅନେକ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷା ଯୋଗୁ ଦୁର୍ଗାପୂଜା ପ୍ରସ୍ତୁତି ମଧ୍ୟ ବାଧାପ୍ରାପ୍ତ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/23/36-2025-09-23-14-19-13.jpg)