କନକବ୍ୟୁରୋ : ଏ ଭିଡ଼ ଆନ୍ଦୋଳନର ନୁହେଁ,   ଏ ଭିଡ ଖୁସିର । କୋଲକାତା ଆରଜି କର ଟ୍ରେନି ଡାକ୍ତର ହତ୍ୟା ଓ ଦୁଷ୍କର୍ମ ମାମଲାରେ ୧୬୩ ଦିନ ପରେ ଶନିବାର ଆସିଛି ଚୂଡ଼ାନ୍ତ ରାୟ ।  କୋଲକାତାର ସିଆଲଦା କୋର୍ଟ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦ରେ ହେବ ଦଣ୍ଡବିଧାନ । ୫୦ରୁ ଅଧିକ ସାକ୍ଷୀଙ୍କ ବୟାନ, ସିସିଟିଭି ଭିଜୁଆଲ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ଆଧାର କରି କୋର୍ଟ  ଏହି ରାୟ  ଦେଇଛନ୍ତି  । ଯାହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। 

Advertisment

୨୦୨୪ ମସିହା ଅଗଷ୍ଟ ୮ତାରିଖ କାଳରାତ୍ରୀର ଏହି ଲୋମହର୍ଷଣକାରୀ ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା। ଅଭୟାକୁ ନ୍ୟାୟ ଦାବିରେ ଦେଶବ୍ୟାପୀ ଶୁଭିଥିଲା ପ୍ରତିବାଦର ସ୍ବର। 

ଜାଣନ୍ତୁ କଣ ଥିଲା ସମ୍ପୂର୍ଣ୍ଣ ଘଟଣାକ୍ରମ...

ଅଗଷ୍ଟ ୯, ୨୦୨୪- ଆରଜି କର ମେଡ଼ିକାଲ ସେମିନାର ହଲରୁ ମିଳିଥିଲା ଡାକ୍ତରୀ ଛାତ୍ରଙ୍କ ଅର୍ଦ୍ଧନଗ୍ନ ମୃତଦେହ
ଅଗଷ୍ଟ ୧୦, ୨୦୨୪- ଅଭିଯୁକ୍ତ ସଞ୍ଜୟ ରୟକୁ ହେପାଜତକୁ ନେଇଥିଲା କୋଲକାତା ପୁଲିସ୍
ଅଗଷ୍ଟ ୧୩, ୨୦୨୪- ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ କଲିକତା ହାଇକୋର୍ଟ
ଅଗଷ୍ଟ ୨୦, ୨୦୨୪- ସୁପ୍ରିମକୋର୍ଟରେ ମାମଲାର ଶୁଣାଣି, ୧୦ଜଣିଆ ଟାକ୍ସଫୋର୍ସ ଟିମ୍ ଗଠନ
ଅଗଷ୍ଟ ୨୧, ୨୦୨୪- ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ମିଛଧରା ପରୀକ୍ଷା
ଅକ୍ଟୋବର ୭, ୨୦୨୪- ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍ 
ନଭେମ୍ବର ୧୧, ୨୦୨୪- ସିଆଲଦା କୋର୍ଟରେ ମାମଲାକୁ ନେଇ ଶୁଣାଣି 
ଜାନୁଆରୀ ୯, ୨୦୨୫- ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ
ଜାନୁଆରୀ ୧୮, ୨୦୨୫- ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ 

ସେପଟେ ଶୁଣାଣୀ ସମୟରେ ବିଚାରପତିଙ୍କ ସମ୍ମୁଖରେ ନିଜକୁ ନିର୍ଦ୍ଦୋଷ ଦର୍ଶାଇବା ସହ ଘଟଣାରେ ଜଣେ ଆଇପିଏସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ।...