କନକ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯକ୍ତ ସଞ୍ଜୟ ରୟର ଦାବିକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ସଂଜୟ ରୟର ମାମଲା ଲଢ଼ୁଥିବା ଓକିଲ କବିତା ସରକାରଙ୍କ ନିକଟରେ ଅନେକ ବଡ ଦାବି କରିଛି
କ’ଣ କହିଲା ସଞ୍ଜୟ?
-ଅଗଷ୍ଟ ୯ଭୋରୁ ସେ ସେମିନାର ହଲକୁ ଯାଇଥିଲେ
-ଘଟଣାସ୍ଥଳରେ ଡାକ୍ତରଙ୍କ ରକ୍ତ ଜୁଡୁବୁଡ ମୃତଶରୀର ଦେଖିଥିଲି
-ପରିସ୍ଥିତି ଏଭଳି ଥିଲା ଯେ କେହି ମୋ କଥାକୁ ଭରସା କରିନଥାନ୍ତେ
-ଭୟଭୀତ ହୋଇ ଘଟଣାସ୍ଥଳରୁ ଫେରାର ହୋଇଗଲି
-ପଲିଗ୍ରାଫ ଟେଷ୍ଟରେ ୧୦ଟି ପ୍ରଶ୍ନ ପଚାରାଯାଇଥିଲା
-ଡାକ୍ତରଙ୍କୁ ମୁଁ ବ୍ୟକ୍ତିଗତଭାବେ ଜାଣିନଥିଲି
- ସେ ନିର୍ଦ୍ଦୋଷ ଓ ତାଙ୍କୁ ଫଶାଯାଉଛି
- ଡାକ୍ତରଙ୍କୁ ହତ୍ୟା ସେ କରିନି
ଗିରଫ ସଞ୍ଜୟ ରୟକୁ ଲଗାତାର ଜେରା କରାଯାଉଛି । ହତ୍ୟା ପଛରେ ତାର ଭୂମିକା କ’ଣ? ହତ୍ୟାରେ ତାର ସମ୍ପୃକ୍ତି ଅଛି ନା ନାହିଁ? ହତ୍ୟା ପଛରେ ଆଉ କାହାର ହାତ ଅଛି କି? ଏଭଳି ପ୍ରଶ୍ନ ପଚାରଯାଇ ସତ ଉଗାଳିବାକୁ ଚେଷ୍ଟା କରୁଛି ସିବିଆଇ ।