sanjay ray Photograph: (KanakNews)
କନକ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଦୋଷୀ ସଞ୍ଜୟ ରାୟକୁ ମିଳିଲା ଆଜୀବନ ସଜା । ଏହାସହ ତା’ଉପରେ ୫୦ ହଜାର ଟଙ୍କା ଜରିମାନା ଲାଗିଛି। ଅନ୍ୟପଟେ ମୃତ ଅଭୟାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଏହି କ୍ଷତିପୂରଣ ନେବାକୁ ମନା କରିଛନ୍ତି ଅଭୟାଙ୍କ ପରିବାର ଲୋକ । ଏହି ଦଣ୍ଡ ଘୋଷଣା ସହ ୧୬୭ ଦିନ ପରେ ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ମିଳିଛି ନ୍ୟାୟ । ମୃତ୍ୟୁ ଯାଏଁ ଜେଲରେ ରହିବ ସଞ୍ଜୟ । ଏଭଳି କଠୋର ନ୍ୟାୟ ଶୁଣାଇଛନ୍ତି ସିଆଲଦା ସେସନ୍ସ କୋର୍ଟ ।
୨୦୨୪ ଅଗଷ୍ଟ ୯କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଅତି ବିଭତ୍ସ ଭାବେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ସଞ୍ଜୟ। ଏହି ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା। ଅଭୟାଙ୍କୁ ନ୍ୟାୟ ଦେବାକୁ କୋଲକାତାରେ ରାଜରାସ୍ତାକୁ ଓହ୍ଲାଇଥିଲେ ଡାକ୍ତରୀ ସଂଘ। ମମତାଙ୍କୁ ଆସନ ବି ଦୋହଲିଯାଇଥିଲା। କ୍ରମେ ସମସ୍ତ ପ୍ରମାଣକୁ ଆଧାର କରି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ ହୋଇଥିଲା । ସିଆଲଦାହର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ତାକୁ ଆଜୀବନ ଦଣ୍ଡ ଶୁଣାଯାଇଛି।
Follow Us