କନକବ୍ୟୁରୋ: କୋଲକତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଗୁମର ଖୋଲିବାରେ ଲାଗିଛି। ପୀଡିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ଜାରି ରହିଥିବା କୋଲକାତା ପୁଲିସକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭୟାଙ୍କ ବାପା-ମା'। ମମାଲାକୁ ଚପାଇଦେବାକୁ ତାଙ୍କୁ ଟଙ୍କା ଯାଚିଥିବା ସେମାନେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ସମ୍ପର୍କୀୟ କହିଛନ୍ତି। କୋଲକାତା ପୁଲିସ ଆରମ୍ଭରୁ ମାମଲାକୁ ଦବାଇବାକୁ ଚେଷ୍ଟା କରିଥିଲା। ମୃତଦେହକୁ ପରିବାର ସଦସ୍ୟଙ୍କୁ ଦେଖିବାକୁ ଅନୁମତି ଦିଆଯାଇନଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିବା ବେଳେ ତାଙ୍କୁ ପୁଲିସ ଷ୍ଟେସନରେ ଅପେକ୍ଷା କରିବାକୁ ପଡିଥିଲା। ଏପରିକି ପୀଡିତାଙ୍କ ପରିବାରଙ୍କୁ ଧଳା କାଗଜରେ ଦସ୍ତଖତ କରିବାକୁ କହିଥିଲେ, କିନ୍ତୁ ସେମାନେ ମନା କରି ଦେଇଥିଲେ। ଏବଂ କାଗଜପତ୍ର ଚିରି ଦେଇଥଲେ।  

Advertisment

ଝିଅର ମୃତଦେହକୁ ଦେଖିବାକୁ ଚାହୁଁଥିଲେ ମଧ୍ୟ ସେମାନେ ସତ୍କାର କରି ଦିଆଯାଇଥିଲା। ସେପଟେ ଘଟଣାକୁ ନେଇ ଲାଇଟ୍‌ ବନ୍ଦ ପ୍ରଦର୍ଶନରେ ପୀଡିତାଙ୍କ ବାପା-ମା' ସାମିଲ ହୋଇଛନ୍ତି। ହଜାର ହଜାର ମହିଳା ବୁଧବାର ରାତିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତ ଅଗଷ୍ଟ ୧୦ ତାରିଖରୁ ହିଁ ପୂରା ପଶ୍ଚିମବଙ୍ଗରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ସିବିଆଇ ମାମଲାର ତଦନ୍ତ କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ପୁଲିସ ଗିରଫ କରିସାରିଛି। ଏଥିସହ ଆର୍‌ଜି କର କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ  ଗିରଫ କରି ରିମାଣ୍ଡରେ ଆଣି ପଚରାଉଚରା କରୁଛି।